ବୁଝାପଡ଼ୁନି ବିଭାଗୀୟ ଗଣିତ: ଖାତାରେ ଜଳସେଚନ ବଢ଼ୁଛି ଉତ୍ପାଦନ କାହିଁକି କମୁଛି?

Advertisment

ବଲାଙ୍ଗୀର ଜିଲ୍ଲାରେ ଚାଷ କ୍ଷେତ୍ରରେ କୃଷି ବିଭାଗ ଓ ଜଳସେଚନ ବିଭାଗର ରିପୋର୍ଟରେ ତାଳମେଳ ରହୁନାହିଁ। ଜଳସେଚନ ବିଭାଗର ରିପୋର୍ଟ କହୁଛି ଜଳସେଚନ ହାର ବଢ଼ିଛି। କୃଷି ବିଭାଗର ରିପୋର୍ଟରୁ ଭିନ୍ନ ଏକ ଚିତ୍ର ସାମନାକୁ ଆସିଛି।

ବଲାଙ୍ଗୀର ଜିଲ୍ଲାରେ ଚାଷ କ୍ଷେତ୍ରରେ କୃଷି ବିଭାଗ ଓ ଜଳସେଚନ ବିଭାଗର ରିପୋର୍ଟରେ ତାଳମେଳ ରହୁନାହିଁ। ଜଳସେଚନ ବିଭାଗର ରିପୋର୍ଟ କହୁଛି ଜଳସେଚନ ହାର ବଢ଼ିଛି। କୃଷି ବିଭାଗର ରିପୋର୍ଟରୁ ଭିନ୍ନ ଏକ ଚିତ୍ର ସାମନାକୁ ଆସିଛି।

hfhfg

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଚାଷ କ୍ଷେତ୍ରରେ କୃଷି ବିଭାଗ ଓ ଜଳସେଚନ ବିଭାଗର ରିପୋର୍ଟରେ ତାଳମେଳ ରହୁନାହିଁ। ଜଳସେଚନ ବିଭାଗର ରିପୋର୍ଟ କହୁଛି ଜଳସେଚନ ହାର ବଢ଼ିଛି। କୃଷି ବିଭାଗର ରିପୋର୍ଟରୁ ଭିନ୍ନ ଏକ ଚିତ୍ର ସାମନାକୁ ଆସିଛି। ପୂର୍ବାପେକ୍ଷା ଜିଲ୍ଲାରେ କୃଷି ଉତ୍ପାଦନ ପରିମାଣ କମିଥିବା ରିପୋର୍ଟରେ ଦର୍ଶାଯାଇଛି। କେଉଁ ବିଭାଗର ରିପୋର୍ଟ ଠିକ୍‌ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। 

ବଲାଙ୍ଗୀର ଜିଲ୍ଲା ବାରମ୍ବାର ମରୁଡ଼ିର ଶିକାର ହେଉଥିବା ଏବଂ ମାତ୍ର ୩ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଥିବା କୁହାଯାଉଛି। ସରକାରୀ ରିପୋର୍ଟରେ ପ୍ରତିବର୍ଷ ଉଠାଜଳ‌ସେଚନ ସୁବିଧା କରି ଜମିକୁ ପାଣି ଉପଲବ୍ଧ କରାଯାଉଥିବା ରିପୋର୍ଟରେ ଦର୍ଶାଯାଉଛି। କିନ୍ତୁ ଜଳସେଚନ ସୁବିଧା ବୃଦ୍ଧି ପାଉଥିଲେ ହେଁ ଜିଲ୍ଲାରେ ଫସଲ ଉତ୍ପାଦନ କ୍ରମାଗତ ଭାବେ କାହିଁକି ହ୍ରାସ ପାଉଛି ବୁଝାପଡ଼ୁନାହିଁ। ସଦ୍ୟ ରିପୋର୍ଟ ଅନୁସାରେ, ଜିଲ୍ଲାରେ ଉଠାଜଳସେଚନ ଦ୍ବାରା ୧,୨୦,୪୨୮ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇଛି। ଦାଦନପ୍ରବଣ ବ୍ଲକ୍‌ଗୁଡ଼ିକରେ ମଧ୍ୟ ପର୍ଯ୍ୟାପ୍ତ ସେଚପାଣି ଯୋଗାଇ ଦିଆଯାଉଥିବା ବିଭାଗୀୟ ଦସ୍ତାବିଜ୍‌ରେ କୁହାଯାଇଛି। ଏବେ ପ୍ରଶ୍ନ ଉଠୁଛି, ପାଣି ଥାଇ ଫସଲ ଉତ୍ପ‌ାଦନ କାହିଁକି କମୁଛି? ସରକାରୀ ତଥ୍ୟ କହୁଛି ଯେ ଜିଲ୍ଲାରେ ପ୍ରତିବର୍ଷ ୨୯,୨୩୬ ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ‌ଯେଉଁଥିରୁ ୧୭,୫୪,୧୬୦ କ୍ବିଣ୍ଟାଲ୍‌ ପରିବା ବାହାରୁଛି। ଏତିକି ପନିପରିବା ଜିଲ୍ଲାବାସୀଙ୍କ ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ। ହେଲେ ଆଶ୍ଚର୍ଯ୍ୟର କଥା, ଜିଲ୍ଲାର ବଡ଼ ବଜାରଗୁଡ଼ିକରେ ପରିବା ନିଅଣ୍ଟ ହେଉଛି। ଗତ ତିନି ବର୍ଷର ଖରିଫ୍‌ ଚାଷବାସ ସ୍ଥିତି ଦେଖିଲେ ଦ୍ବନ୍ଦ୍ବ ଆହୁରି ବଢ଼ୁଛି। ୨୦୨୨ ମସିହା ଖରିଫ୍‌ରେ ଜିଲ୍ଲାରେ ୧,୮୪,୫୪୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା।

ଯାହା ୨୦୨୩ରେ ୧,୬୮,୪୧୨ ଏବଂ ୨୦୨୪ରେ ୧,୬୪,୦୦୦ ହେକ୍ଟରରେ ପହଞ୍ଚିଛି। ପନିପରିବା ଚାଷ ବି ହ୍ରାସ ପାଉଛି। ୨୦୨୨ରେ ୨୯,୨୩୬ ହେକ୍ଟର ଏବଂ ୨୦୨୩ରେ ୨୧,୬୪୬ ହେକ୍ଟରରେ ପରିବା ଚାଷ ହୋଇଥିଲା। ୨୦୨୪ରେ ଏହା ୨୧,୦୦୫ ହେକ୍ଟରକୁ ଖସିଛି। ଯଦି ଜଳସେଚନ ସୁବିଧା ବଢ଼ିଛି, ତେବେ ଜିଲ୍ଲାକୁ ପ୍ରତିବର୍ଷ ଧାନକିଣାରେ ମିଳୁଥିବା ଟାର୍ଗେଟ୍‌ କାହିଁକି ବଢ଼ୁନାହିଁ? ଜିଲ୍ଲାରେ ଖରିଫ୍ ଋତୁରେ ୧,୮୪,୫୪୫ ହେକ୍ଟର ଜମିରେ ୫୯,୦୫,୪୪୦ କ୍ବିଣ୍ଟାଲ୍‌ ଧାନ ହେଉଛି। କିନ୍ତୁ ଖରିଫ୍‌ରେ ଜିଲ୍ଲାରୁ ମାତ୍ର ୩୩-୩୫ଲକ୍ଷ କ୍ବିଣ୍ଟାଲ୍‌ ଧାନ କିଣାଯାଉଛି। ରବି ଋତୁରେ ମଧ୍ୟ ସମାନ ଅବସ୍ଥା। ସରକାରୀ ଆକଳନରେ ରବିରେ ୭୭୭୨ ହେକ୍ଟର ଜମିରୁ ୨,୫୬,୪୭୪ କ୍ବିଣ୍ଟାଲ୍‌ ଧାନ ବାହାରୁଛି। ଯଦି ଉଭୟ ଋତୁରେ ଧାନ ପାଇଁ ଜଳସେଚନ ବ୍ୟବସ୍ଥାରେ ପାଣି ପହଞ୍ଚୁଛି, ତେବେ ଉତ୍ପାଦନ ଅନୁପାତରେ ଟାର୍ଗେଟ୍‌ କାହିଁକି ବଢ଼ୁନାହିଁ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe