ଚନ୍ଦ୍ରଗ୍ରହଣ ପାଇଁ ରାତି ୧୨ରୁ ଦ୍ୱାରଫିଟା

୧୦ଟା ୫୫ରୁ ପହୁଡ଼, ବିଳମ୍ବିତ ରାତିରୁ ଆରମ୍ଭ ହେଲା ଡଙ୍ଗା ଭସା

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଚନ୍ଦ୍ରଗ୍ରହଣ ପାଇଁ ସୋମବାର ଦିନ ସଅଳ ଦ୍ୱାରଫିଟା ନୀତି ସମ୍ପନ ହୋଇଛି। ପରେ ଅନ୍ୟାନ୍ୟ ନୀତି ବଢିବା ସହ ବିଳମ୍ବିତ ରାତିରେ ମହାପ୍ରଭୁ ରାଜଧିରାଜ ବେଶ ବା ସୁନାବେଶ ହୋଇଛନ୍ତି।

ଆଜି ରାତି ପ୍ରାୟ ୩ଟା ୪୫ରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲେ ବି ପରବର୍ତ୍ତୀ ସମୟରେ ନୀତିକାନ୍ତିରେ ବିଳମ୍ବ ଦେଖା ଦେଇଥିଲା। ଏଣୁ ସନ୍ଧ୍ୟା ଆଳତି ସହ ଅନ୍ୟାନ୍ୟ ନୀତି ବିଳମ୍ବରେ ହୋଇଥିଲା। ପରେ ନୀତିକାନ୍ତିରେ ସମାୟାନୁବର୍ତ୍ତିତା ଆଣି ସଅଳ ବଡ଼ସିଂହାର ବେଶ ଓ ଭୋଗ କରାଯାଇ ରାତି ୧୦ଟା ୫୫ରେ ରାତ୍ର ପହୁଡ଼ କରାଯାଇଥିଲା। ଏଣୁ ଏହାପୂର୍ବରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ପରେ ୧୨ଟା ୬ରେ ଦ୍ୱାରଫିଟା ହୋଇ ମଙ୍ଗଳବାର ନୀତିକାନ୍ତି ଆରମ୍ଭ କରାଯାଇଥିଲା। ସେହି ଅନୁସାରେ ରୋଷ ଚୁଲି ଲାଗିବା ସହ ଅବଢ଼ା ରନ୍ଧା ଓ ଅନ୍ୟାନ୍ୟ ନୀତି କରାଯାଇଥିଲା। ସେପଟେ ସକାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ସିଂହଦ୍ୱାରରେ ଭକ୍ତମାନେ ଅପେକ୍ଷାରେ ଥିବା ଦେଖିବାକୁ ମିଳିଥିଲା। ଆଜି ବିଳମ୍ବିତ ରାତିରୁ ପୁରୀ ସମୁଦ୍ର କୂଳ ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଯାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe