କୋଟିଆବାସୀଙ୍କୁ ଡବଲ୍‌ ଫାଇଦା: ଆନ୍ଧ୍ର ଦେଉଛି ମାଗଣା ଖାଦ୍ୟ ସାମଗ୍ରୀ

କୋଟିଆ ଅନ୍ତର୍ଗତ ୨୧ ଗାଁରେ ଅଘୋଷିତ ଦ୍ବୈତ ଶାସନ ଚାଲିଛି। ଡବଲ୍‌ ଫାଇଦା ମିଳୁଥିବାରୁ କୋଟିଆବାସୀ ଓଡ଼ିଶା- ଆନ୍ଧ୍ରପ୍ରଦେଶ ସହ ସମଦୂରତା ରକ୍ଷା କରିଛନ୍ତି। ଯେଉଁଠୁ ଅଧିକ ମିଳିଲା କିଛି ଦିନ ପାଇଁ ସେପଟକୁ ଢଳୁଛନ୍ତି।

fshsfhhsfxbb

ପଟାଙ୍ଗି: କୋଟିଆ ଅନ୍ତର୍ଗତ ୨୧ ଗାଁରେ ଅଘୋଷିତ ଦ୍ବୈତ ଶାସନ ଚାଲିଛି। ଡବଲ୍‌ ଫାଇଦା ମିଳୁଥିବାରୁ କୋଟିଆବାସୀ ଓଡ଼ିଶା- ଆନ୍ଧ୍ରପ୍ରଦେଶ ସହ ସମଦୂରତା ରକ୍ଷା କରିଛନ୍ତି। ଯେଉଁଠୁ ଅଧିକ ମିଳିଲା କିଛି ଦିନ ପାଇଁ ସେପଟକୁ ଢଳୁଛନ୍ତି। ଏଥିପାଇଁ ଅଞ୍ଚଳବ‌ାସୀଙ୍କ ଦୁଆର ମୁହଁରେ ଯୋଜନା ନେଇ ପହଞ୍ଚିବାକୁ ଦୁଇ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। କୋଟିଆରେ ଓଡ଼ିଶା ସରକାର ରାସ୍ତାଘାଟଠାରୁ ଆରମ୍ଭ କରି ଡାକ୍ତରଖାନା, ସ୍କୁଲ, ଥାନା ଆଦି ନିର୍ମାଣ କରିଛନ୍ତି। ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି। ବଡ଼କଥା ହେଲା, କୋଟିଆବାସୀଙ୍କୁ ସବୁ ମାଫ୍‌। ଆଧାରକାର୍ଡ ଥାଉ ବା ନଥାଉ, ଆଧାର ନମ୍ବର ନ ମିଶିଲେ ସୁଦ୍ଧା ‘ସୁଭଦ୍ରା’ଠାରୁ ଆରମ୍ଭ କରି ଅନ୍ୟ ଯୋଜନାରେ ଓଡ଼ିଶା ସରକାର ସାମିଲ କରୁଛନ୍ତି। ଇ-କେୱାଇସି ନଥିବା ସତ୍ତ୍ବେ ସମସ୍ତ ହିତାଧିକାରୀ ପିଡିଏସ୍‌ ସୁବିଧା ପାଉଛନ୍ତି। ଦୁଇ ରାଜ୍ୟରେ ଭୋଟ୍‌ ଦେବାରେ ବି କଟକଣା ନାହିଁ। ତଥାପି ବେଳେବେଳେ ମାଗଣା ମିଳିବ ବୋଲି ଅଞ୍ଚଳବାସୀ ଆନ୍ଧ୍ର ଆଡ଼କୁ ଢଳୁଛନ୍ତି। ଯାହାର ଗୋଟିଏ ନମୁନା 
ଗତକାଲି ଦେଖିବାକୁ ମିଳିଥିଲା।

ଦୁଇ ରାଜ୍ୟ ସହ ସମଦୂରତା, ଯେଉଁଠୁ ଅଧିକ ମିଳିଲା ସେପଟକୁ ଢଳୁଛନ୍ତି ଗ୍ରାମବାସୀ

ଆନ୍ଧ୍ର ଯୋଗାଣ ବିଭାଗ ପକ୍ଷରୁ କୋଟିଆ ପଞ୍ଚାୟତର ନେରେଡିବାଲସାରେ ପ୍ରତିମାସରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରାଯାଉଛି। ବଣ୍ଟନ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଆନ୍ଧ୍ର ପକ୍ଷରୁ ଏଠାରେ ପକ୍କା ବିତରଣ କେନ୍ଦ୍ର ମଧ୍ୟ ନିର୍ମାଣ ହୋଇଛି। ଏହି କେନ୍ଦ୍ରରେ ଗତକାଲି ହିତାଧିକାରୀଙ୍କୁ ୫ କିଲୋ ଚାଉଳ ସହ ହଳଦୀଗୁଣ୍ଡ, ଖାଇବା ତେଲ, କାବୁଲି ଚଣା, ଦିଆସିଲି ଆଦି ମାଗଣାରେ ଦିଆଯାଇଛି। ଅନ୍ୟପଟେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ସରକାର କେବଳ ଚାଉଳ ଦେଉଛନ୍ତି ବୋଲି ଦୁଇ ରାଜ୍ୟର ହିତାଧିକାରୀ ଥିବା କୋଟିଆବାସୀ କହିଛନ୍ତି। ନିଜସ୍ୱ ଘର ନ ଥାଇ ଭଡ଼ା ଘରେ ସ୍କୁଲ, ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି ଆନ୍ଧ୍ର। ସ୍ବାସ୍ଥ୍ୟ ଶିବିର କରି ଆନ୍ଧ୍ର ବିଭ୍ରାନ୍ତି ସୃଷ୍ଟି କରୁଥିଲେ ସୁଦ୍ଧା ଏଥିରେ ଅଙ୍କୁଶ ଲାଗିପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe