ଗୋଟିଏ ଦିନରେ ଡବଲ୍‌ ଏନ୍‌କାଉଣ୍ଟର୍‌: ୩୦ ନକ୍ସଲ ନିହତ ଯବାନ ସହିଦ

Advertisment

ଗୋଟିଏ ଦିନରେ ନକ୍ସଲଙ୍କୁ ଲାଗିଛି ଡବଲ୍‌ ଝଟ୍‌କା। ଡବଲ୍‌ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି ୩୦ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ହୋଇଥିବା ଏହି ଅପରେସନ୍‌ରେ ଜଣେ ଡିଆର୍‌ଜି ଯବାନ ସହିଦ ହୋଇଛନ୍ତି।

ଗୋଟିଏ ଦିନରେ ନକ୍ସଲଙ୍କୁ ଲାଗିଛି ଡବଲ୍‌ ଝଟ୍‌କା। ଡବଲ୍‌ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି ୩୦ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ହୋଇଥିବା ଏହି ଅପରେସନ୍‌ରେ ଜଣେ ଡିଆର୍‌ଜି ଯବାନ ସହିଦ ହୋଇଛନ୍ତି।

naxal encounter

ମାଲକାନଗିରି: ଗୋଟିଏ ଦିନରେ ନକ୍ସଲଙ୍କୁ ଲାଗିଛି ଡବଲ୍‌ ଝଟ୍‌କା। ଡବଲ୍‌ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି ୩୦ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ହୋଇଥିବା ଏହି ଅପରେସନ୍‌ରେ ଜଣେ ଡିଆର୍‌ଜି ଯବାନ ସହିଦ ହୋଇଛନ୍ତି। ଶେଷ ଖବର ସୁଦ୍ଧା ଅପରେସନ୍‌ ଚାଲିଛି। ତେଣୁ ମୃତାହତ ନକ୍ସଲଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଚଳିତ ବର୍ଷର ଏହି ଅପରେସନ୍‌ରେ ସୁରକ୍ଷାକର୍ମୀଙ୍କୁ ଦ୍ବିତୀୟ ବଡ଼ ସଫଳତା ମିଳିଛି। ପୂର୍ବରୁ ଫେବ୍ରୁଆରି ୯ରେ ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ ହୋଇଥିଲେ।

ଆଜିର ଅପରେସନ୍‌ ସଂପର୍କରେ ବସ୍ତର ଆଇଜି ପି. ସୁନ୍ଦରରାଜ ଗଣମାଧ୍ୟମକୁ ପ୍ରାଥମିକ ସୂଚନା ଦେଇଛନ୍ତି। ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ମିଳିବା ପରେ ଡିଆର୍‌ଜି, ଏସ୍‌ଟିଏଫ୍‌ ଏବଂ ବସ୍ତର ଫାଇଟର୍ସ ଅପରେସନ୍‌ ଆରମ୍ଭ କରିଥିଲେ। ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଗାଙ୍ଗୁଲର ଥାନା ଅନ୍ତର୍ଗତ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟାରେ ଗୁଳି ବିନିମୟ ହୋଇଥିଲା। ଅପରାହ୍ନ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା। ଶେଷରେ ଜୀବନ ବଞ୍ଚାଇବା ପାଇଁ ନକ୍ସଲ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ୨୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଡିଆର୍‌ଜି ଯବାନ ରାଜୁ ଅୟାମୀ ସହିଦ ହୋଇଥିବା ଆଇଜି ସୂଚନା ଦେଇଛନ୍ତି। ପୁଲିସ ମୁଖ୍ୟାଳୟକୁ ଆଣିବା ପରେ ନିହତ ନକ୍ସଲଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଘଟଣାସ୍ଥଳରୁ ଏକେ-୪୭ ସମେତ ଅତ୍ୟାଧୁନିକ ତଥା ସେମିଅଟୋମେଟିକ୍‌ ବନ୍ଧୁକ ମିଳିଛି। ଅଧିକ ସଂଖ୍ୟାରେ ନକ୍ସଲ ନିହତ ହୋଇଥିବା ନେଇ ଅନୁମାନ କରାଯାଉଛି। ତେଣୁ ଯବାନ ଅପରେସନ୍‌ ଶେଷ କରି ଫେରିବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ବସ୍ତର ଆଇଜି କହିଛନ୍ତି।

ସେହିପରି କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଉତ୍ତର ବସ୍ତର ଡିଭିଜନ ନକ୍ସଲ ଏକତ୍ର ହୋଇଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ କାଙ୍କେର ଜିଲ୍ଲା ପୁଲିସ ସମେତ ଡିଆର୍‌ଜି, ବିଏସ୍‌ଏଫ୍‌ ଯବାନଙ୍କ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ସକାଳ ୮ଟାରେ ଗୁଳି ବିନିମୟ ଆରମ୍ଭ ହୋଇ ବହୁ ସମୟ ଧରି ଚାଲିଥିଲା। ଗୁଳି ବିନିମୟ ସଂପୂର୍ଣ୍ଣ ଥମିବା ପରେ ଯବାନ ସର୍ଚ ଅପରେସନ୍‌ କରିଥିଲେ। ଘଟଣାସ୍ଥଳରୁ ୪ ନକ୍ସଲଙ୍କ ମୃତଦେହ ମିଳିଛି। ବିସ୍ଫୋରକ, ବନ୍ଧୁକ ସହ ଅନେକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ଶେଷ ଖବର ସୁଦ୍ଧା ଅପରେସନ ଜାରି ରହିଛି। ନକ୍ସଲମୁକ୍ତ ଅଭିଯାନରେ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଛି। ତଥାପି ନକ୍ସଲ ହିଂସା ପଥରେ ଅଗ୍ରସର ହେଉଛନ୍ତି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲମୁକ୍ତ ହୋଇଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe