Double engine government is going backwards instead of forwards: BJD laments over Balanga patient's death Photograph: (sambad.in)
ଭୁବନେଶ୍ବର: ବଳଙ୍ଗା ଘଟଣାକୁ ୧୫ ଦିନ ହେଲାଣି। ସରକାର କି ପ୍ରଶାସନ ଦୋଷୀକୁ ଧରି ପାରିନାହାନ୍ତି। ଉପମୁଖ୍ୟମନ୍ତ୍ରୀ କିଛି ଦିନ ତଳେ କହିଥିଲେ ମୁଁ ପୀଡ଼ିତାଙ୍କୁ ଭେଟିଥିଲି ଓ ସେ ଭଲ ଅଛନ୍ତି। କିନ୍ତୁ ତାଙ୍କ ମୃତ୍ୟୁ ଅନେକ ଦ୍ଵନ୍ଦ ସୃଷ୍ଟି କରୁଛି। ଏନେଇ ବିଜେଡ଼ି ସାଂଘାତିକ ଅଭିଯୋଗ ଆଣିଛି । ସରକାର ଦୋଷୀକୁ ଘଣ୍ଟ ଘୋଡାଉଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି। ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ଅଛି ବୋଲି ଘଟଣାକୁ ଘୋଡାଇଛନ୍ତି ସରକାର। ଘଣ୍ଟ ଘୋଡାଇବା ବ୍ୟବସ୍ଥା ସରକାରୀ କର୍ମଚାରୀ କରିଛନ୍ତି। ମାସେ ଦୁଇ ମାସ ଭିତରେ ଦୁଇଟି ଘଟଣା ଘଟିଗଲା। ଯେଉଁଥି ରୁ ସ୍ପଷ୍ଟ ଯେ ମହିଳା ଏଠି ସୁରକ୍ଷିତ ନୁହନ୍ତି।
ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ ଓଡିଶା ସୁରକ୍ଷିତ ନୁହଁ ବୋଲି ଆମେରିକା ବି କହିଲା। ଏହା ଲଜ୍ଜାଜନକ। ଡବଲ ଇଞ୍ଜିନ୍ ସରକାର ଆଗକୁ ଯାଉନି ବିପରୀତ ଦିଗକୁ ଗଡୁଛି। ମହିଳା ମାନେ ରାସ୍ତାରେ ଚାଲିବାକୁ ଭୟଭୀତ। ବିଜେପି କର୍ମୀ ଲୋକଙ୍କୁ ଯେଉଁଭଳି ଉତ୍ପୀଡ଼ନ ଦେଉଛନ୍ତି ଲୋକେ ସେଥିରେ ଭୟଭୀତ।
ଅଧିକ ପଢ଼ନ୍ତୁ: ପାକିସ୍ତାନର ଭଦ୍ରମୁଖା ଖୋଲିଲା: ଅପରେସନ ମହାଦେବରେ ନିହତ ଆତଙ୍କବାଦୀଙ୍କର ପିଓକେରେ ଅନ୍ତିମ ସଂସ୍କାର
ଏହି ଘଟଣାରେ ବିଜେଡ଼ିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ବେଟି ପଢ଼ାଓ, ବେଟି ଜଳାଓ ବିଜେପି ସରକାରଙ୍କର ନୂଆ ଆହ୍ଵାନ। ମାସେ ଭିତରେ ଦୁଇ ଦୁଇଟି ଘଟଣାକୁ ନିଜ ଜୀବନ ନେଇଥିବା କୁହାଯାଇଛି। କିନ୍ତୁ ଏହା ପ୍ରକୃତରେ ହତ୍ୟା। ଓଡ଼ିଶାରେ ନାରୀହନ୍ତା ସରକାରଙ୍କର ଶାସକ ଚାଲିଛି। ପୁଲିସ କିଛି କରୁନାହିଁ। ଯିଏ ଦୋଷୀଙ୍କୁ ଧରିବେ ନାହିଁ ସିଏ ଏ ସରକାରରେ ରହିବ।
ବଳଙ୍ଗା ପୀଡ଼ିତାଙ୍କୁ କିରାସିନି କିଏ ଦେଲା। ପ୍ରଥମେ ସୂଚନା ଆସିଲା ଯେ, ପୀଡ଼ିତାଙ୍କୁ ନିଶ୍ଚେତକ ଶୁଙ୍ଘାଇଥିଲେ। ପରେ କିରାସିନି ଢାଳି ନିଆଁ ଲଗାଇଥିଲେ। ଏକଥା ପୁଲିସ ନିଜେ କହିଛି ଆମକୁ। ଆଜି କେମିତି ପୁଲିସର ଥିଓରି ବଦଳି ଗଲା। ପୁଲିସ ପ୍ରଥମେ ସନ୍ଦେହ ଘେରକୁ ଆସୁଛି। ମାଫିଆ ଷ୍ଟାଇଲରେ ରାଜ୍ୟରେ ଶାସନ ଚାଲିଛି। ଅର୍ଥାତ୍ ପୁଲିସକୁ କିଛି ଦେଖାଯାଉ ନାହିଁ। କାରଣ ସରକାରୀ ଦଳର ସମ୍ପୃକ୍ତି ଏହି ମାମଲାରେ ରହିଛି। ମୃତ୍ୟୁ ପରେ ପୁଲିସ ପୀଡ଼ିତା ନିଜ ଜୀବନ ନେଇଥିବା କହିବା ଅଧର୍ମ କାମ। କାହାକୁ ଘୋଡାଉଛି ପୁଲିସ। କିଏ ସେ ଝିଅକୁ ମାରିଲା? ଘଟଣାର ରାଜନୀତିକରଣ ହୋଇସାରିଛି। ସରକାର ପ୍ରଥମେ ଘଟଣାକୁ ଚାପି ଭିନ୍ନ ମୋଡ଼ ଦେଇ ରାଜନୀତିକରଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଚୁପ। ଆମେ ଆପଣଙ୍କୁ ରାଜ ରାସ୍ତାରେ ଆଣ୍ଠେଇବୁ ବୋଲି ଲେଖାଶ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ
Pramila Mallik | Lekhasri Samantsinghar | Tukuni sahoo
Follow Us