ମାନେଶ୍ବର ପର୍ଯ୍ୟନ୍ତ ଦୋହରା ଲାଇନ୍ କାମ ଶେଷ

ମାନେଶ୍ବର ପର୍ଯ୍ୟନ୍ତ ଦୋହରା ଲାଇନ୍ କାମ ଶେଷ

Times of India

ସମ୍ବଲପୁର: ଦକ୍ଷିଣ ପୂର୍ବ ରେଳ ସର୍କଲ୍‌ର ମୁଖ୍ୟ ନିରାପତ୍ତା ଆ‌ୟୁକ୍ତ ଏଏମ୍‌ ଚୌଧୁରୀ ସମ୍ବଲପୁର-ତାଳଚେର ସେକ୍‌ସନ ଅନ୍ତର୍ଗତ ମାନେଶ୍ବର-ହାତୀବାରି-ଯୁଯୁମୁରା ଷ୍ଟେସନ୍‌ ମଧ୍ୟରେ ଶେଷ ହୋଇଥିବା ଦୋହରୀକରଣ କାର୍ଯ୍ୟର ନିରୀକ୍ଷଣ ଓ ଯାଞ୍ଚ କରିଛନ୍ତି। ସେ ଏହି ତିନି ଷ୍ଟେସନ୍ ମଧ୍ୟରେ ନିର୍ମିତ ନୂଆ ଲାଇନ୍‌ର ମାନ ଓ ନିରାପତ୍ତା ମାପଦଣ୍ଡ ଗୁଡ଼ିକର ଯାଞ୍ଚ କରିଥିଲେ। ଯାନ୍ତ୍ରିକ, ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ୍ କାମ ଗୁଡ଼ିକର ନିରୀକ୍ଷଣ କରି ସନ୍ତୋଷ ବ୍ୟକ୍ତ କରିଥିଲେ।

ସେହିଦିନ ତାଙ୍କ ଉପସ୍ଥିତିରେ ମାନେଶ୍ବର-ହାତୀବାରି-ଯୁଯୁମୁରା ଷ୍ଟେସନ୍ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ କରା ଯାଇଥିଲା। ତାଙ୍କ ସହ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ଓ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବହୁ ପ୍ରତୀକ୍ଷିତ ତାଳଚେର-ସମ୍ବଲପୁର ସେକ୍‌ସନ୍‌ର ଦୋହରୀକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ ବହୁ ବର୍ଷ ଧରି ଚାଲିଛି। ତାଳଚେରରୁ  ଅନୁଗୁଳ ପର୍ଯ୍ୟନ୍ତ ଦୋହରା ଲାଇନ୍ ବହୁ ଆଗରୁ ହୋଇ ସାରିଥିବାବେଳେ ଅନୁଗୁଳରୁ ସମ୍ବଲପୁର ମଧ୍ୟରେ ଏହି କାମ ବେଶ ବିଳମ୍ବ ହୋଇଛି। ଅନୁଗୁଳ ପଟୁ ଏହା ଆଗକୁ ବଢ଼ି ‌ଏବେ ସମ୍ବଲପୁର ସହର ଉପକଣ୍ଠ ମା‌ନେଶ୍ବର ପର୍ଯ୍ୟନ୍ତ କାମ ଶେଷ ହୋଇଛି। ‌ଖୁବ ଶୀଘ୍ର ଯୁଯୁମୁରାରୁ ମାନେଶ୍ବର ପର୍ଯ୍ୟନ୍ତ ଦ୍ବିଦୀୟ ଲାଇନ୍‌ର କମିସନିଂ ହୋଇ ତା’ଉପରେ ଗାଡ଼ି ଦୌଡ଼ିବ। ବିଦ୍ୟୁତୀକରଣ କାର୍ଯ୍ୟ ପୂର୍ବରୁ ଶେଷ ହୋଇଥିବାବେଳେ ଏବେ ଦୋହରା ଲାଇନ୍‌ ସହ ସମାନ୍ତରାଳଭାବେ ବିଦ୍ୟୁତ୍‌ ତାର ମଧ୍ୟ ବିଛାଯାଇଛି।

ବର୍ତ୍ତମାନ କେବଳ ମାନେଶ୍ବର-ସମ୍ବଲପୁର ସିଟି-ସମ୍ବଲପୁର ରୋଡ୍-ସମ୍ବଲପୁର ଜଂସନ୍‌ ଷ୍ଟେସନ୍‌ ପର୍ଯ୍ୟନ୍ତ ୧୫ କିଲୋମିଟର୍‌ ମଧ୍ୟରେ ଆଉ ଗୋଟିଏ ଅତିରିକ୍ତ ଲାଇନ୍ ବିଛାଇବା କାମ ବାକି ରହିଛି। ତେବେ ଏପର୍ଯ୍ୟନ୍ତ ସିନ୍ଦୁରପଙ୍କ ଅଞ୍ଚଳରେ ଜମି ଅଧିଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରି ନାହିଁ। ଏହି ଦୋହରୀକରଣ ପରେ ସମ୍ବଲପୁର ଓ ରାଜଧାନୀ ଭୁବନେଶ୍ବର ମଧ୍ୟରେ ରେଳ ଯାତାୟତ ଆହୁରି ସୁଗମ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe