ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

ଦାମନଯୋଡ଼ି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି। ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

publive-image
ସୂଚନା ଅନୁଯାୟୀ, ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗ୍ରାମର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଣେ ଜଣେ ଗୁରୁତର ହୋଇଥିଲେ। ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଦାମନଯୋଡ଼ି ଥାନା ପୁଲିସ  ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ତେବେ ଆକ୍ରମଣକାରୀମାନେ କୌଣସି ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିବା ଯୋଗୁ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ସୋମନାଥ ଦାମି ବିଶାଖାପାଟଣା ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ଅଧିକାରୀ ଗୌରହରି ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କିଛି ଲୋକଙ୍କୁ ଅଟକ ରଖିଥିବା ସୂଚନା ରହିଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe