ପୁଣି ରକ୍ତରଂଜିତ ହେଲା ଗଞ୍ଜାମ; ଦାଦା-ଭାଉଜକୁ ହାଣି ହତ୍ୟା

Advertisment

ଅଭିଯୁକ୍ତ ଅଟକ, ଖଣ୍ଡା ଜବତ

ଅଭିଯୁକ୍ତ ଅଟକ, ଖଣ୍ଡା ଜବତ

ପୁଣି ରକ୍ତରଂଜିତ ହେଲା ଗଞ୍ଜାମ; ଦାଦା-ଭାଉଜକୁ ହାଣି ହତ୍ୟା

ଖଲ୍ଲିକୋଟ: ପୁଣିଥରେ ରକ୍ତରଂଜିତ ହୋଇଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମରେ ଘଟିଛି ଡବଲ୍‌ ମର୍ଡ଼ର୍‌। ପୁତୁରାର କାତି ଚୋଟରେ ଦାଦା ଓ ଭାଉଜଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦାଦା ଶିବ ଡାକୁଆ(୬୦) ଓ ଭାଉଜ ଜୟନ୍ତୀ ଡାକୁଆ(୩୦) ବୋଲି ପୁଲିସ କହିଛି। ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅଭିଯୁକ୍ତ ପୁତୁରା ତଥା ଦିଅର ଡାକ୍ତର ଡାକୁଆକୁ ପୁଲିସ କାବୁ କରି ନେଇଛି। ତା’ ନିକଟରୁ ଏକ ଖଣ୍ଡା ଜବତ ହୋଇଛି। ଜମିଜମା ବିବାବକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।

ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ପାଳଧୁଆପଲ୍ଲୀ ଗ୍ରାମ ବଡ଼ସାହିର ଶିବଙ୍କ ସହିତ ପୁରୁତା ଡାକ୍ତରଙ୍କ ବିବାଦ ଲାଗି ରହିଥିଲା। କାଜୁ ଜମିକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା। ଏପରିକି ଡାକ୍ତର ଘରେ ଗଣ୍ଡଗୋଳ କରିବା ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଫଳରେ ପତ୍ନୀ କିଛିଦିନ ହେଲା ତାଙ୍କର ବାପା ଘରକୁ ଚାଲି ଯାଇଛନ୍ତି। ଆଜି ଅପରାହ୍‌ଣରେ ଦାଦା ଶିବ କାଜୁ ଜଙ୍ଗଲକୁ ଯାଇଥିଲେ। କିଛି ସମୟରେ ପୁତୁରା ଡାକ୍ତର ମଧ୍ୟ ସେଠାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରୁ ଶିବ ଫେରୁଥିବା ବେଳେ ସାକିରି ଗ୍ରାମ ନିକଟସ୍ଥ ଦୁର୍ଗା ମନ୍ଦିରରେ ପୂର୍ବରୁ ଛକି ରହିଥିବା ପୁତୁରା ଡାକ୍ତର ତାଙ୍କୁ ଖଣ୍ଡାରେ ହାଣି ଥିଲା। ଫଳରେ ଦାଦା ଶିବ ତଳେ ପଡ଼ି ଯାଇଥିଲେ। ଏହାପରେ ଡାକ୍ତର ତାଙ୍କ ଉପରେ ବାରମ୍ବାର ଖଣ୍ଡା ଚୋଟ ପକାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶ୍ବଶୁର ସଂଧ୍ୟା ୫ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବୋହୂ ଜୟନ୍ତୀ ତାଙ୍କୁ ଖୋଜିବାକୁ ଯାଇଥିଲେ। ସେ ଦୁର୍ଗା ମନ୍ଦିର ନିକଟରେ ଶ୍ବଶୁରଙ୍କୁ ରକ୍ତାକ୍ତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ସେଠାରେ ଥିବା ଡାକ୍ତର ତାଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲା। ଏହା ଦେଖି ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ପୁଲିସକୁ ଖବର କରିଥିଲେ। ଘଟଣାସ୍ଥଳରେ ଜୟନ୍ତୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ଡାକ୍ତର ଖଣ୍ଡା ଧରି ଘଟଣାସ୍ଥଳରେ ଏଣେତେଣେ ବୁଲାବୁଲି କରୁଥିବା ବେଳେ ପୁଲିସ ବଡ଼ କଷ୍ଟରେ ତାକୁ କାବୁ କରିଥିଲା। ପୁଲିସ ଡାକ୍ତରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe