ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ: ଉଭୟଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ରାଖି ପୂର୍ଣ୍ଣମୀରେ ଭଉଣୀକୁ ହତ୍ୟା: ବସ୍‌ ଦୁର୍ଘଟଣାରେ ହତ୍ୟାକାରୀ ଭାଇ ଗୁରୁତର

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁଇ ମୃତକ ହେଲେ ସ୍ୱାମୀ ସ୍ତ୍ରୀ ଆଭାରମ କୁଜୁର ଓ କୁଆଁରୀ କୁଜୁର।

ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଭୁଜାଲିରେ ହାଣି ହତ୍ୟା କରିଛି । ବିଳମ୍ବିତ ରାତିରେ ଭୁଜାଲିରେ ହାଣି ଅଭିଯୁକ୍ତ ଫେରାର ହୋଇଯାଇଛି। ପ୍ରଥମେ ସ୍ୱାମୀଙ୍କୁ ହାଣିବା ପରେ ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କରିଥିଲା ଅଭିଯୁକ୍ତ। କୁଆଁରୀ କୁଜୁର ଚିତ୍କାର କରିବାରୁ ଦୌଡ଼ି ଆସିଥିଲେ ପରିବାର ଲୋକ। ପରିବାର ଲୋକ ଆସିଲା ବେଳକୁ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ପରିବାର ଲୋକ କୁଆଁରୀଙ୍କ ଭିଣୋଇ ଉପରେ ସନ୍ଦେହ କରୁଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ କୁଆଁରୀ ଘରକୁ ବାରମ୍ବାର ଆସି ତାଙ୍କ ଭିଣୋଇ ଝଗଡ଼ା କରୁଥିଲେ। ଘଟଣାସ୍ଥଳରେ ରେଢ଼ାଖୋଲ ଆଇଆଇସି ସବିତା ଲତା ସେଠି ଓ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe