ବରଗଡ଼ ବାଘପାଲିରେ ଡବଲ୍‌ ମର୍ଡର

Advertisment

ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମରେ ଗୁରୁବାର ଡବଲ୍‌ ମର୍ଡର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ସନ୍ଧ୍ୟାରେ ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୨ଟି ମୃତଦେହକୁ ଉଦ୍ଧାର କରିଛି।

ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମରେ ଗୁରୁବାର ଡବଲ୍‌ ମର୍ଡର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ସନ୍ଧ୍ୟାରେ ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୨ଟି ମୃତଦେହକୁ ଉଦ୍ଧାର କରିଛି।

scscxcxx

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମରେ ଗୁରୁବାର ଡବଲ୍‌ ମର୍ଡର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ସନ୍ଧ୍ୟାରେ ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୨ଟି ମୃତଦେହକୁ ଉଦ୍ଧାର କରିଛି। ସେଠାରୁ ହତ୍ୟାରେ ବ୍ୟବହୃତ ଗୋଟିଏ କାଠଫାଳିଆ, ଛୁରି, ଲୁହାଛଡ଼ ମଧ୍ୟ ପୁଲିସ ଜବତ କରିଛି। ମୃତକଦ୍ବୟ ହେଲେ ମଘା ଭୁଏ (୫୫) ଓ ତରଣୀ ବାଗ (୩୫)। ମଘାଙ୍କ ଘରେ ଦୁଇଟିଯାକ ମୃତଦେହ ପଡ଼ିଥିବାରୁ ଗାଁରେ ନାନାଦି ଚର୍ଚ୍ଚା ହେଉଛି। ମଘାଙ୍କ ଘରକୁ ଆସି ତରଣୀ ତାଙ୍କୁ ହତ୍ୟା କରିବା ପରେ ମଘାଙ୍କ ପରିବାର ଲୋକେ ତରଣୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ମଘା ଓ ତରଣୀଙ୍କ ମଧ୍ୟରେ ମାଡ଼ପିଟ ହୋଇ ଆକ୍ରମଣ, ପ୍ରତିଆକ୍ରମଣରେ ଉଭୟଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କିଛି ଲୋକ ଆଲୋଚନା କରୁଛନ୍ତି। ପୁଲିସ ଉଭୟ ଦିଗ ଉପରେ ତଦନ୍ତ ଜାରି ରଖିଛି। ବଲାଙ୍ଗୀର ଏସ୍‌ପି ଜି. ଅଭିଳାଷ, ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଏଏସ୍‌ପି ଇନ୍ଦୁଲତା, ଭେଡେନ ଥାନା ଅଧିକାରୀ ସୁଶାନ୍ତ ଦାଶ, ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମଘାଙ୍କ ପୁଅ ନେପାଳ ଭୁଏ (୨୭)କୁ ଏହି ମାମଲାରେ ଗିରଫ କରାଯାଇଛି। 

ସୂଚନା ଅନୁସାରେ, ମୃତ ତରଣୀ ଜଣେ ପେସାଦାର ଅପରାଧୀ। ସେ ସବୁ ସମୟରେ ଗାଁ ଲୋକଙ୍କ ସହିତ ଝଗଡ଼ା ଲାଗିବା ସହ ମାଡ଼ପିଟ କରୁଥିଲେ। ଲୋକେ ତାଙ୍କୁ ଭୟ ମଧ୍ୟ କରୁଥିଲେ। ତାଙ୍କ ନାଁରେ ୨୦୧୧ରୁ ୱାରେଣ୍ଟ ରହିଛି। ଘଟଣା ଦିନ ସେ ଗାଁକୁ ଆସିଥିଲେ। ମୃତ ମଘା ଗାଁରେ କୁଚିଆ ମଦ ବିକୁଥିଲେ। ତେଣୁ ମଦ ପିଇବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଏପରି ଘଟିଥିବା ମଧ୍ୟ ଚର୍ଚ୍ଚା ହେଉଛି। ସକାଳୁ ମଘାଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ବାହାଘର ହେଉଥିଲା। ତରଣୀ ‌ସେଠାରେ ପହଞ୍ଚି କିଛି ଲୋକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଫଳରେ ସେଠାରେ ମଘା ଓ ତରଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe