ଖଲ୍ଲିକୋଟରେ ଡବଲ୍‌ ମର୍ଡର୍‌: ଦାଦା ଓ ଭାଉଜଙ୍କୁ ଖଣ୍ଡାରେ ହାଣି ହତ୍ୟା

Advertisment

ଅଭିଯୁକ୍ତ ଅଟକ, ଖଣ୍ଡା ଜବତ

ଅଭିଯୁକ୍ତ ଅଟକ, ଖଣ୍ଡା ଜବତ

ଖଲ୍ଲିକୋଟରେ ଡବଲ୍‌ ମର୍ଡର୍‌: ଦାଦା ଓ ଭାଉଜଙ୍କୁ ଖଣ୍ଡାରେ ହାଣି ହତ୍ୟା

Image Courtesy of OpIndia

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗାଁରେ ଜଣେ ଯୁବକ ଖଣ୍ଡାରେ ହାଣି ଦାଦା ଓ ଭାଉଜଙ୍କୁ ହତ୍ୟା କରିଛି। ମୃତକମାନେ ହେଲେ ଦାଦା ଶିବ ଡାକୁଆ (୬୦) ଓ ଭାଉଜ ଜୟନ୍ତୀ ଡାକୁଆ(୩୦)। ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଡାକ୍ତର ଡାକୁଆକୁ ପୁଲିସ କାବୁ କରିଛି। ତା ନିକଟରୁ ରକ୍ତଲଗା ଖଣ୍ଡା ଜବତ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ପାଳଧୁଆପଲ୍ଲୀ ଗ୍ରାମ ବଡ଼ସାହିର ଶିବଙ୍କ ସହିତ ପୁତୁରା ଡାକ୍ତରଙ୍କ ବିବାଦ ଲାଗି ରହିଥିଲା। କାଜୁ ତୋଟାକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା। ଏପରିକି ଡାକ୍ତର ଘରେ ଗଣ୍ଡଗୋଳ କରି ପତ୍ନୀଙ୍କୁ ମାଡ଼ ମାରୁଥିଲା। ଫଳରେ ପତ୍ନୀ କିଛିଦିନ ହେଲା ତାଙ୍କ ବାପା ଘରକୁ ଚାଲିଯାଇଛନ୍ତି। ଆଜି ଅପରାହ୍‌ଣରେ ଦାଦା ଶିବ କାଜୁ ତୋଟାକୁ ଯାଇଥିଲେ। କିଛି ସମୟ ପରେ ପୁତୁରା ଡାକ୍ତର ମଧ୍ୟ ସେଠାକୁ ଯାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରୁ ଶିବ ଫେରୁଥିବା ବେଳେ ସାକିରି ଗ୍ରାମ ନିକଟସ୍ଥ ଦୁର୍ଗା ମନ୍ଦିରରେ ପୂର୍ବରୁ ଛକି ରହିଥିବା ପୁତୁରା ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲା। ଫଳରେ ଦାଦା ଶିବ ତଳେ ପଡ଼ି ଯାଇଥିଲେ। ଏହାପରେ ଡାକ୍ତର ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶ୍ବଶୁର ସଂଧ୍ୟା ୫ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବୋହୂ ଜୟନ୍ତୀ ତାଙ୍କୁ ଖୋଜିବାକୁ ଯାଇଥିଲେ। ସେ ଦୁର୍ଗା ମନ୍ଦିର ନିକଟରେ ଶ୍ବଶୁରଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଦେଖିବାକୁ ପାଇଥିଲେ। ଏହି ସମୟରେ ସେଠାରେ ଥିବା ଡାକ୍ତର ତାଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲା। ଏହା ଦେଖି ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ପୁଲିସକୁ ଖବର କରିଥିଲେ। ଘଟଣାସ୍ଥଳରେ ଜୟନ୍ତୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଡାକ୍ତର ଦୁଇ ଜଣଙ୍କୁ ହତ୍ୟା କରିବା ପରେ ମଧ୍ୟ ଫେରାର ନହୋଇ ଘଟଣାସ୍ଥଳରେ ଖଣ୍ଡା ଧରି ଏଣେତେଣେ ଉଗ୍ର ଭାବେ ବୁଲୁଥିବା ବେଳେ ପୁଲିସ ତାକୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe