ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ବିଷ୍ଠା ଖୁଆଇଲେ

Advertisment
ପ୍ରଫେସରଙ୍କ ଅନ୍ଧ ବିଶ୍ବାସ: ତ୍ରିଶୂଳରେ ଦୁଇ ଝିଅଙ୍କୁ ହତ୍ୟା କଲେ ବାପାମା’

ଚନ୍ଦାହାଣ୍ଡି: ଅନ୍ଧ ବିଶ୍ୱାସ ଏବଂ କୁସଂସ୍କାର ପାଇଁ ପୁଣି ଘଟିଛି ଏକ ଅମାନବୀୟ କାଣ୍ଡ । ବୃଦ୍ଧ ଦମ୍ପତିଙ୍କୁ ଗୁଣିଆ ସନ୍ଦେହରେ ଜଣେ ଯୁବକ ବିଷ୍ଠା ଖୁଆଇ ଅପମାନିତ କରିଛନ୍ତି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଚନ୍ଦାହାଣ୍ଡି ଥାନା ଗମ୍ଭାରିଗୁଡା ପଂଚାୟତ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମରେ ଘଟିଛି ଏଭଳି ଏକ ଘଟଣା। ଅଭିଯୋଗରୁ ପ୍ରକାଶ ଯେ ଆଜି ସକାଳେ ବୃଦ୍ଧାଜଣକ ଗାଁ ନିକଟରେ ଦାନ୍ତକାଠି ଭାଙ୍ଗୁଥିବା ବେଳେ ସେହି ଗ୍ରାମର ଜଗନ୍ନାଥ ଗୈାଡ ପହଞ୍ଚି ଡାହାଣୀ ଆକ୍ଷେପ କରି ଗାଳି ଗୁଲଜ କରିଥିଲେ। ପରେ ଯୁବକ ଜଣକ ମହିଳା ଜଣକୁ ତଳେ କଚାଡିବା ସହ ଜୋର ଜବରଦସ୍ତ ବିଷ୍ଠା ଖୁଆଇ ଦେଇଥିଲେ। ମହିଳାଙ୍କ ସ୍ୱାମୀ ଚିତ୍କାର ଶୁଣି ଉଦ୍ଧାର କରିବାକୁ ଆସିଥିବା ବେଳେ ଯୁବକ ଜଣକ ତାଙ୍କୁ ମଧ୍ୟ ବିଷ୍ଠା ଖୁଆଇ ଦେଇଥିଲେ। ଏନେଇ ଉଭୟ ଆଜି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe