Red Deer Advocate
ବଲାଙ୍ଗୀର : ବାରମ୍ବାର ବିବାଦରେ ରହିଆସିଥିବା ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବାଚସ୍ପତି ଦାସ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଚାକିରି ଜୀବନରେ ସେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଥିବା ବେଳେ ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଥିଲେ। ଯାହାର କି ତଦନ୍ତ ଏବେ ଚାଲିଛି।
ପୂର୍ବରୁ ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବାବେଳେ ସେଠାରେ ତାଙ୍କ ଦ୍ବାରା ହୋଇଥିବା ଏକ ଆଇନ ବିରୋଧୀ କାର୍ଯ୍ୟର ତଦନ୍ତ 'ରିପୋର୍ଟ ଆଧାରରେ ଡା. ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବଲାଙ୍ଗୀର ସିଡିଏମ୍ଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଡା. ଦାସ ସେଠାରେ ଏକ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ମାମଲାରେ ଛନ୍ଦି ହୋଇଥିଲେ। ଉକ୍ତ ଘଟଣାର ତଦନ୍ତ ଚାଲିଥିଲା। ଡା. ଦାସ ପରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତଖାନାରେ ଏସ୍ଡିଏମ୍ଓ ଥିବା ସମୟରେ ରୋଗୀଙ୍କୁ ଲାଞ୍ଚ ମାଗିବା ନେଇ ଚର୍ଚ୍ଚା ହୋଇଥିଲା। ଜଣେ ପ୍ରସୂତୀଙ୍କ ଅସ୍ତ୍ରୋପଚାର କରି ଟଙ୍କା ନେବା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ଜାରିରହିଛି। ଏପରିକି ରୋଗୀ ସଂପର୍କୀୟଙ୍କୁ ଧମକଚମକ ଦେଇଥିବା ନେଇ ମଧ୍ୟ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ବଦଳି ହୋଇ ଆସିଥିଲେ।
Follow Us