ଭୁବନେଶ୍ୱର : କୁଜଙ୍ଗ ଅଞ୍ଚଳର ଲୋକପ୍ରିୟ ସ୍ବାସ୍ଥ୍ୟ ସେବକ ଡାକ୍ତର ହରେକୃଷ୍ଣ ତ୍ରିପାଠୀଙ୍କର ଅକ୍ଟୋବର ୨୮ ବୁଧବାର ସକାଳ ସମୟରେ ଭୁବନେଶ୍ବରସ୍ଥ କିମ୍ସ କୋଭିଡ୍ ହସ୍ପିଟାଲ୍ଠାରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ବୁର୍ଲା ମେଡିକାଲ୍ କଲେଜ୍ରୁ ଡାକ୍ତରୀ ଶିକ୍ଷା ସମାପ୍ତ କରିବା ପରେ ସେ ବା˚ଲାଦେଶ ଯୁଦ୍ଧ ସମୟରେ ଭାରତୀୟ ସେନାବାହିନୀରେ ଯୋଗ ଦେଇ ସେଥିରେ ଅ˚ଶ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ସେନାବାହିନୀରୁ ଅବସର ନେଇ ନିଜ ଅଞ୍ଚଳ କୁଜଙ୍ଗ ଠାରେ ଅବସ୍ଥାନ କରି ଗ୍ରାମାଞ୍ଚଳ ରୋଗୀମାନଙ୍କୁ ସୁବିଧାରେ ସୁଲଭ ସ୍ବାସ୍ଥ୍ୟସେବା ପ୍ରଦାନ କରି ବ୍ୟାପକ ଲୋକପ୍ରିୟତା ଅର୍ଜନ କରିଥିଲେ।
କୋଭିଡ୍ ମହାମାରୀ ସମୟରେ ମଧୢ ନିଜ ପ୍ରତି ଥିବା ସମ୍ଭାବ୍ୟ ସ˚କ୍ରମଣର ବିପଦକୁ ଖାତିର ନ କରି ସେ ରୋଗୀ ସେବା ଅବ୍ୟାହତ ରଖିଥିଲେ। କୁଜଙ୍ଗ ମହାବିଦ୍ୟାଳୟ ସ୍ଥାପନାରେ ମଧୢ ସେ ଅଗ୍ରଣୀ ଭୂମିକା ନିର୍ବାହ କରି କଲେଜର ‘ଗଭର୍ଣ୍ଣି˚ ବଡି’ର ପ୍ରଥମ ସେକ୍ରେଟାରି ରୂପେ ଦୀର୍ଘ କାଳ ଦାୟିତ୍ବ ନିର୍ବାହ କରି ସେ ଅଞ୍ଚଳରେ ଉଚ୍ଚ ଶିକ୍ଷା ପ୍ରସାର ସୁଗମ କରିଥିଲେ। ତାଙ୍କ ବିୟୋଗରେ କୁଜଙ୍ଗ-ପାରାଦୀପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
Follow Us