ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ଜାତୀୟ ଆ‌ୟୁର୍ବେଦ ସମ୍ମାନ

Advertisment
ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ଜାତୀୟ ଆ‌ୟୁର୍ବେଦ ସମ୍ମାନ

କଟକ : ଓଡିଶାର ବିଶିଷ୍ଟ ଆୟୁର୍ବେଦ ଚିକିସତ୍କ, ଡିଲିଟ୍ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଭାରତ ସରକାରଙ୍କ ଜାତୀୟ ଆୟୁର୍ବେଦ ଅନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ(ଏନଆଇଏ) ପକ୍ଷରୁ ସମ୍ମାନିତ କରାଯାଇଛି।

ମହାମାରୀ କରୋନାକୁ ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ଏନ୍‌ଆଇଏ ପକ୍ଷରୁ ‘ଆୟୁର୍ବେଦ ମାଧ୍ୟମରେ ଖାଦ୍ୟ ପୋଷଣ ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ’ ଶୀର୍ଷକ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡାକ୍ତର ମହାରଣାଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶକ ପ୍ରଫେସର ସଂଜୀବ ଶର୍ମା ଓ ପ୍ରଫେସର ମିତା କୋଟେଚା ଯୋଗ ଦେଇଥିଲେ। ଆୟୁର୍ବେଦ ଚିକିତ୍ସା ଓ ଗବେଷଣା ଭିତ୍ତିକ ସ୍ବାସ୍ଥ୍ୟ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ମହାରଣାଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe