କେନ୍ଦ୍ର ମନ୍ତ୍ରୀ, କ୍ୟାବିନେଟ୍ ସଚିବଙ୍କ ସମୀକ୍ଷା

Advertisment
ମାର୍ଚ୍ଚରୁ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯିବ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲିକୁ ନେଇ ‌କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। େକନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନୂଆଦିଲ୍ଲୀରେ ଏକ ଜରୁରୀ ବୈଠକରେ ସମ୍ଭାବ୍ୟ ସ୍ଥିତି ନେଇ ସମୀକ୍ଷା କରିଥିଲେ। ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସର୍ବାଧିକ ସତର୍କତାର ସହିତ କିଭଳି ମୁକାବିଲା କରାଯାଇପାରିବ, ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ କ୍ୟ‌ାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନା ଭିଡିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ। ଆଲୋଚନାରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ବି ସାମିଲ ହୋଇଥିଲେ।

ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଥିଲେ, ଓଡ଼ିଶାର ପ୍ରସ୍ତୁତି, ବର୍ତ୍ତମାନର ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଟିମ୍ ମୁତୟନ ବିଷୟରେ କ୍ୟାବିନେଟ୍ ସଚିବଙ୍କୁ ଅବଗତ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୧୮ଟି ଏନ୍‌ଡିଆର୍‌ଏଫ୍ ଟିମ୍ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ଟି ଟିମ୍‌କୁ ପ୍ରଭାବିତ ଜିଲ୍ଲାରେ ମୁତୟନ କରାଯାଇଛି। ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍, ଫାୟାର ସର୍ଭିସ୍ ଓ ପୁଲିସ୍ ଟିମ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଆସନ୍ତାକାଲି ତିତଲି ଓଡ଼ିଶା ଉପକୂଳ ଛୁଇଁବା ପରେ ଆବଶ୍ୟକ ହେଲେ ସାମରିକ ସହାୟତା ଲୋଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe