ଘରେ ମୋବାଇଲ ଓ ଟିଭି ଦେଖାରେ ସମୟ କଟୁଛି, କଷ୍ଟ ହେଲେ ବି ସୁରକ୍ଷା ପାଇଁ କଟକଣା ଜରୁରୀ : ଡ. ମିନତୀ ପାଣିଗ୍ରାହୀ

ଘରେ ମୋବାଇଲ ଓ ଟିଭି ଦେଖାରେ ସମୟ କଟୁଛି, କଷ୍ଟ ହେଲେ ବି ସୁରକ୍ଷା ପାଇଁ କଟକଣା ଜରୁରୀ : ଡ. ମିନତୀ ପାଣିଗ୍ରାହୀ

ଫୁଲବାଣୀ :କରୋନା ପାଇଁ ଲକ୍ ଡାଉନକୁ ୧୫ ଦିନ ହେଲା। ଆସନ୍ତା ୧୪ ପର୍ଯ୍ୟନ୍ତ ଲକ୍ ଡାଉନ ଜାରି ରହିବ। ସାମ୍ପ୍ରତିକ ଅବସ୍ଥାକୁ ଦେଖି ଲକ୍ ଡାଉନ ସମୟ ବଢିବାର ସମ୍ଭାବନା ରହିଛି। ଏହି ସମୟରେ କିଛି ଅମାନିଆଙ୍କୁ ବାଦ ଦେଲେ ପ୍ରାୟତଃ ସମସ୍ତେ ଘରେ ରହୁଛନ୍ତି। ଅତି ଜରୁରୀ କାମ ନ ହେଲେ ପଦାକୁ ବାହାରୁ ନାହାନ୍ତି। ଯୁବ ଗୋଷ୍ଠୀ,ବରିଷ୍ଠ ନାଗରିକ ହୁଅନ୍ତୁ କି ଅବସରପ୍ରାପ୍ତ ହୁଅନ୍ତୁ। କିଏ ପରିବାର ସହ ସମୟ କଟାଉଛନ୍ତି। ଆଉ କିଏ ବହି ତ ଆଉ କିଏ ମୋବାଇଲ ଓ ଟିଭି ଦେଖି ସମୟ କାଟୁଛନ୍ତି। ଘରେ ବସି ମୋବାଇଲ ଓ ଟିଭି ଦେଖି ସମୟ କାଟୁଛନ୍ତି ଡା.ମିନତୀ କୁମାରୀ ପାଣିଗ୍ରାହୀ।

ଶ୍ରୀମତୀ ପାଣିଗ୍ରାହୀ ଫୁଲବାଣୀ ସଂଜୟ ସ୍ମୃତି ସରକାରୀ ମହିଳା କଲେଜର ବହୁ ବର୍ଷ ଧରି ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇ ନିକଟରେ ଅବସର ଗ୍ରହଣ କରିଛନ୍ତି। ପ୍ରତ୍ୟହ ସକାଳେ ଓ ସଂଧ୍ୟାରେ ତାଙ୍କର ପ୍ରାତ ଭ୍ରମଣ କରିବାର ଅଭ୍ୟାସ ଥିବା ବେଳେ ଅବସର ପରେ ବାହାରକୁ ଯାଇ ବୁଲାବୁଲି କରିବାର ଯୋଜନା ରଖିଥିଲେ। ହେଲେ କରେନା ଲକ୍ ଡାଉନ ଯୋଗୁ ନାଁ ସେ ପ୍ରାତ ଭ୍ରମଣ କରି ପାରୁଛନ୍ତି ନାଁ ବାହାରକୁ ଯାଇ ପାରୁଛନ୍ତି। ସକାଳୁ ରାତି ଯାଏ ସେ ଟିଭିରେ ସରିୟଲ ଓ ନିଉଜ ଦେଖୁଥିବା ବେଳେ ମଝିରେ ମଝିରେ ମୋବାଇଲ ଧରି ସମୟ କାଟୁଥିବା ସେ କହିଛନ୍ତି। ଲକ୍ ଡାଉନ ଯୋଗୁଁ ବହୁତ କଷ୍ଟ ହେଉଛି ସତ ହେଲେ ଜୀବନ ଆଗ ଆଉ ସବୁ ପଛ। କରୋନାକୁ ମୁକାବିଲା ପାଇଁ ନିଜର, ପରିବାରର ଓ ସମାଜର ସୁରକ୍ଷା ନିମନ୍ତେ କଟକଣା ଜରୁରୀ ବୋଲି ସେ କହିଛନ୍ତି।

କରୋନାର ଭୟାବହତାକୁ ଦେଖି ଲକ୍ ଡାଉନକୁ ବୃଦ୍ଧି କରିବା ସପକ୍ଷରେ ସେ କହିଛନ୍ତି। ଲକ୍ ଡାଉନକୁ ଅବମାନନା କରୁଥିବା କିଛି ଅମାନିଆଙ୍କୁ ସାବାଡ କରିବାକୁ ପଡିବ। କାରଣ ସେମାନଙ୍କ ପାଇଁ ସମାଜର ବହୁତ କିଛି କ୍ଷତି ହେବ। ଏହି ଅବସରରେ ସେ କରୋନାକୁ ଦୁରେଇ ଦେବା ପାଇଁ ଘରେ ରହିବା ଓ ସାମାଜିକ ଦୂରତା ମାନିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। କରେନା ମୁକାବିଲା ପାଇଁ ପରିବାର ଓ ଘରଦ୍ବାର ଭୁଲି ଦିନରାତି ଲାଗିଥିବା ପ୍ରକୃତ ଯୋଦ୍ଧା ଡାକ୍ତର,କର୍ମଚାରୀ,ପୁଲିସ କର୍ମଚାରୀଙ୍କୁ ଶ୍ରୀମତୀ ପାଣିଗ୍ରାହୀ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe