ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀ ଅସୁସ୍ଥ ଘଟଣା: ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

Advertisment
ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୂରୁବାଈ କନ୍ୟାଶ୍ରମ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ଅଛି ସ୍ୱାସ୍ଥ୍ୟ ବିଭାଗ। ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ, ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଯେଉଁ ଦୁଇଜଣ ଗୁରୁତର ଥିଲେ, ଉଭୟଙ୍କର ରିପୋର୍ଟ ନେଗେଟିଭ ଆସିଛି। ବାକି ଅନ୍ୟମାନଙ୍କର ଯେଉଁ ଟେଷ୍ଟ ହୋଇଥିଲା ସେମାନଙ୍କ ମଧ୍ୟରୁ ୭ଜଣଙ୍କର ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ପଜିଟିଭ ଆସିଛି। ହେଲେ ସେମାନଙ୍କର କୌଣସି ଜେଇ ଲକ୍ଷଣ ନାହିଁ। ଟେଷ୍ଟ ଚାଲିଛି। ଆଉ କିଛି ସମୟ ଲାଗିବ। ବର୍ତ୍ତମାନ ସୁଦ୍ଧା ୧୭ଜଣ ବାଲେଶ୍ୱରରେ ଥିବା ବେଳେ ସୋର ସିଏଚସିରେ୧୩ ଜଣ ଅଛନ୍ତି। ଦୁଇଜଣ ଡିସଚାର୍ଜ ହୋଇଛନ୍ତି।

ସୂଚନାଯୋଗ୍ୟ,  ଗତ ଗୁରୁବାର ରାତିରେ ଆଶ୍ରମର ୩ ଜଣ ଅନ୍ତେବାସୀଙ୍କୁ ଜ୍ବର ସହିତ ଘନଘନ ବାନ୍ତି ହୋଇଥିଲା। ଅସୁସ୍ଥ ଛାତ୍ରୀମାନଙ୍କୁ ସୋର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିଲା। ଅସୁସ୍ଥ ଥିବା ଅନ୍ୟ ୨୭ ଜଣ ଅନ୍ତେବାସୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ୨୯ ଜଣଙ୍କର ରକ୍ତନମୁନା ରିପୋର୍ଟ ଆସିଥିଲା। ରିପୋର୍ଟରେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୫ ଜଣ ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ)ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ୫ ଜଣ ଆକ୍ରାନ୍ତଙ୍କ ସହ ଅନ୍ୟ ଜଣେ ଗୁରୁତର ଅନ୍ତେବାସୀଙ୍କୁ ବାଲେଶ୍ବର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପରେ ଆଉ ଜଣେ ଅସୁସ୍ଥ ଅନ୍ତେବାସୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି, ବିଳମ୍ବିତ ରାତିରେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୪ଜଣଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe