ଡକ୍ଟର ପତିତପାବନ ମହାନ୍ତି ‘ନିର୍‌ତାର’ର ନୂତନ ନିର୍ଦ୍ଦେଶକ

Advertisment
ଡକ୍ଟର ପତିତପାବନ ମହାନ୍ତି ‘ନିର୍‌ତାର’ର ନୂତନ ନିର୍ଦ୍ଦେଶକ

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ୍‌ ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍‌ଭି ନିର୍‌ତାର୍‌)ର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପ୍ରଫେସର ପତିତପାବନ ମହାନ୍ତି ଦ‌ାୟିତ୍ବ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍‌ଭି ନିର୍‌ତାର୍‌ର ଡେପୁଟି ଡାଇରେକ୍ଟର ରଶ୍ମୀରଞ୍ଜନ ସେଠୀ ଅନୁଷ୍ଠାନ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏସ୍‌ଭି ନିରତାରର ନିର୍ଦ୍ଦେଶକ ଥିବା ପ୍ରଫେସର ଡାକ୍ତର ଶକ୍ତିପ୍ରସାଦ ଦାସ ସ୍ବେଚ୍ଛାକୃତ ଅବସର ନେବା ପାଇଁ କରିଥିବା ଅାବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେବା ପରେ ଏହି ଦାୟିତ୍ବ ପ୍ରଫେସର ମହାନ୍ତିଙ୍କୁ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe