କଟକ : ବିଶିଷ୍ଟ ଲେଖିକା, ଶିକ୍ଷାବିତ ଡକ୍ଟର ରେଖା ମହାନ୍ତିଙ୍କର ଆଜି ରାତିରେ ଶେଖ ବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ୧୯୩୫, ଫେବ୍ରୁଆରି ୪ ତାରିଖରେ ଜନ୍ମିତ ରାୟ ବାହାଦୂର ନିଶାମଣି ମହାନ୍ତିଙ୍କ କନ୍ୟା ରେଖା ମହାନ୍ତି ରେଭେନ୍ସା କଲେଜ ଓଡ଼ିଆ ବିଭାଗରେ ଅଧ୍ୟାପନା କରିବା ସହିତ ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରି ୧୯୯୩ରେ ଅବସର ନେଇଥିଲେ। ପରେ ସେ ୧୯୯୯ରେ କଟକ ଅର୍ବାନ କୋ’ପରେଟିଭ ବ୍ୟାଙ୍କର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ସ୍ବାମୀ ଡକ୍ଟର ଦେବେନ୍ଦ୍ର ମହାନ୍ତି ଖ୍ରୀଷ୍ଟ କଲେଜର ପ୍ରିନ୍ସିପାଲ ଏବଂ କଟକ ଅର୍ବାନ କୋ’ପରେଟିଭ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ମଧ୍ୟ ଥିଲେ। ସ୍ବର୍ଗତ ରେଖା ମହାନ୍ତି ଶତାବ୍ଦୀର ସେବକ ଲକ୍ଷ୍ମୀନାରାୟଣ, ସାହିତ୍ୟ ସାଧକ ଆର୍ତ୍ତବଲ୍ଲଭ, ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କରିବା ସହିତ ଅନେକ ପୁସ୍ତକର ଅନୁବାଦ ମଧ୍ୟ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ମହାନ୍ତି ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିିତ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଡକ୍ଟର ରେଖା ମହାନ୍ତିଙ୍କ ପରଲୋକ
Advertisment
Follow Us