ବିଶିଷ୍ଟ ଡାକ୍ତର ଆର.ଏନ୍. ସାହୁଙ୍କ ପରଲୋକ

Advertisment
ବିଶିଷ୍ଟ ଡାକ୍ତର ଆର.ଏନ୍. ସାହୁଙ୍କ ପରଲୋକ

କଟକ-ସିଡିଏ: ରାଜ୍ୟର ଖ୍ୟାତନାମା କିଡନି ରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ସାହୁ (୭୩) ଙ୍କର ରକ୍ତ କର୍କଟ ରୋଗରେ ପରଲୋକ ଘଟିଛି। ଆଜି ସକାଳ ସାଢେ ୮ଟାରେ ସିଡିଏ ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ନିକଟରେ ପତ୍ନୀ ଡାକ୍ତର ଭାରତୀ ସାହୁ, ପୁଅ ବିଶ୍ଵ ରଂଜନ, ଝିଅ ନିବେଦିତା, ଜ୍ବାଇଁ ଡାକ୍ତର ରଜତ ମହାନ୍ତି, ଭଣଜା ଡାକ୍ତର ସନ୍ତୋଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବର୍ଗତ ଡାକ୍ତର ସାହୁ ବ୍ରହ୍ମପୁର ମେଡିକାଲ କଲେଜରୁ ସ୍ନାତକ ଓ ମେଡିସିନରେ ସ୍ନାତକୋତ୍ତର କରିବା ପରେ କିଡନି ରୋଗ ଉପରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ। ସେ କଟକ ବଡମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖ୍ୟ ଭାବେ କାମ କରି ଅବସର ନେବାପରେ ପରିବାର ସହ ସିଡିଏରେ ରହୁଥିଲେ। ସେ ଭାରତୀୟ କିଡନି ରୋଗ ସଂଘ ଇଷ୍ଟ ଜୋନର ସଭାପତି ଓ ପରେ ଜାତୀୟ ଉପସଭାପତି ଓ ସଭାପତି ଭାବେ କାର୍ଯ୍ୟ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ହୋଇଥିଲା। ପୁଅ ବିଶ୍ଵରଂଜନ ମୁଖାଗ୍ନି ଦେଇଥିଲେ। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ପ୍ରଫେସର ଶଶୀଭୂଷଣ ରାଉତ, ଆର. କେ. ଜେନା, ବି. ଆର୍‌. ମହାନ୍ତି, ବ୍ରହ୍ମାନନ୍ଦ ଦାସ, ଡାକ୍ତର ଅନଙ୍ଗ ଦ୍ବିବେଦୀ ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe