ଡାକ୍ତର ସୁଦୀପ୍ତଙ୍କୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟସେବା ପୁରସ୍କାର

Advertisment
ଡାକ୍ତର ସୁଦୀପ୍ତଙ୍କୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟସେବା ପୁରସ୍କାର

ବାଲେଶ୍ଵର: ଡାକ୍ତର ସୁଦୀପ୍ତ କୁମାର ଆଶ୍‌ଙ୍କୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟସେବା ପୁରସ୍କାର-୨୦୨୨ ମିଳିଛି। ମୁମ୍ବାଇଠାରେ ଟାଇମ୍‌ ସାଇବର ମିଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଇଏନ୍‌ଟି(ନାସା, କର୍ଣ୍ଣ ଓ ଗଳା) ବିଶେଷଜ୍ଞ ଡାକ୍ତର ସୁଦୀପ୍ତଙ୍କୁ(୩୦) ଏହି ପୁରସ୍କାର ମିଳିଛି। ଓଡ଼ିଶାରୁ ଦୁଇଜଣ ଡାକ୍ତରଙ୍କୁ ଏହି ପୁରସ୍କାର ମିଳିଥିବା ବେ‌ଳେ କର୍କଟଜନିତ ଗବେଷଣା ପାଇଁ ଡାକ୍ତର ସୁଦୀପ୍ତଙ୍କୁ ଏହି ପୁରସ୍କାର ମିଳିଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ରିକେଟର ସୁନୀଲ ଗାଭାସ୍କର ଯୋଗ ଦେଇ ଡାକ୍ତର ସୁଦୀପ୍ତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଇଏନ୍‌ଟି ବିଭାଗରେ ଡାକ୍ତର ସୁଦୀପ୍ତ କାର୍ଯ୍ୟରତ। ପ୍ରତି ଶନିବାର ଓ ରବିବାର ନିଜ ଜନ୍ମସ୍ଥାନ ବାଲେଶ୍ଵର ବାରବାଟୀକୁ ଆସି ରୋଗୀ ସେବା ପ୍ରଦାନ କରିଥାନ୍ତି। ବିଭିନ୍ନ ସମୟରେ ଗରିବ, ଅସହାୟ ରୋଗୀମାନଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା ଯୋଗାଇଥାନ୍ତି। ଡାକ୍ତର ସୁଦୀପ୍ତ ଶିକ୍ଷାବିତ୍ ବିମଳ ଚନ୍ଦ୍ର ଆଶ୍ ଓ ଲେଖିକା ଡ.ସିନ୍ଧୁ ସେନଙ୍କ ପୁତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe