ସୁମିତ- ତପସ୍ୱିନୀ ବିବାହ ବିବାଦ: ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଗଲେ ଡାକ୍ତର ସୁମିତ

Advertisment
ହାଇକୋର୍ଟରେ ଶିଶୁପାଳଗଡ଼ ସୁରକ୍ଷା ପ୍ରସଂଗ: ଜବାବ ରଖିବାକୁ ସରକାରଙ୍କୁ ଶେଷ ସୁଯୋଗ

କଟକ: ନୂଆ ମୋଡ଼ ନେଉଛି ବ୍ରହ୍ମପୁର ଡାକ୍ତର ସୁମିତ- ତପସ୍ୱିନୀ ବିବାହ ବିବାଦ। କେତେବେଳେ ସୁମିତଙ୍କ ବାପା ତ ପୁଣି କେତେବେଳେ ସୁମିତ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ମାମଲାକୁ ନେଇ ଆଜି ହାଇକୋର୍ଟରେ ପହଞ୍ଚିଛନ୍ତି ଡାକ୍ତର ସୁମିତ ସାହୁ। ଅପିଲ ଦାଖଲ ପାଇଁ ହାଇକୋର୍ଟ ଆସିଥିବା ସୂଚନା ମିଳିଛି। ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ସୁମିତ।
ଗତକାଲି ସୁମିତଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଆଜି ସୁମିତଙ୍କ ପକ୍ଷରୁ ରୁଜୁ ହୋଇଛି ଅପିଲ ମାମଲା। ପ୍ରକାଶ ଥାଉ କି, ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ବିବାଦ ମାମଲାର ଦୁଇଟି ପିଟିସନ୍ ଉପରେ ଆଜି ବ୍ରହ୍ମପୁର ଏସ୍.ଡି.ଜେ.ଏମ୍ କୋର୍ଟରେ ଶୁଣାଣି ହୋଇଥିଲା। ତପସ୍ୱିନୀଙ୍କ ମୁଖ୍ୟ ପିଟିସନରଙ୍କ ଉତ୍ତରରେ ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ଜବାବ ରଖିଥିଲେ ସୁମିତଙ୍କ ଓକିଲ। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ସ୍ଥିର କରାଯାଇଛି।

publive-image

ସୂଚନାଯୋଗ୍ୟ, ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ବୋଲି ଜିଲ୍ଲା ଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍ କରାଯାଇଥିଲା।  ଶ୍ବଶୁର ପ୍ରମୋଦ ସାହୁଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ବେଡ ରୁମ୍, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା। ରାତିରେ ସ୍ଥାନୀୟ ତହସିଲଦାର, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଥିଲେ।
ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପରେ ପୁଣିଥରେ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe