ଡକ୍ଟର ଉର୍ମିଳା ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା

Advertisment
ଡକ୍ଟର ଉର୍ମିଳା ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା

ଭୁବନେଶ୍ୱର : ଡକ୍ଟର ଉର୍ମିଳା ମିଶ୍ର, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଓସାକ୍ସର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା ଡକ୍ଟର ମିଶ୍ରଙ୍କୁୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡକ୍ଟର ମିଶ୍ରଙ୍କୁ ଓସାକ୍ସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ଏଚ.ଆଇ.ଭି./ଏଡସ୍ ଦୂରୀକରଣ କରିବା ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶିକା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରୁ ୨୦୩୦ ସୁଦ୍ଧା ଏଡସ୍‌ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲରେ ଏକ ବିରାଟ ଯୋଗଦାନ ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ ସଂପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଡକ୍ଟର ମିଶ୍ର ଏଥି ପୂର୍ବରୁ ରାଜ୍ୟ ରକ୍ତ ସଂଚାରଣ ପରିଷଦର ନିର୍ଦ୍ଦେଶିକା ଭାବେ ସଫଳତାପୂର୍ବକ କାର୍ଯ୍ୟ କରିଥିଲେ। ଡକ୍ଟର ମିଶ୍ର ବର୍ତ୍ତମାନ ପଦ ପ୍ରଯୁକ୍ତ ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭାବେ ଅବସ୍ଥାପିତ ଏବଂ ଏଥିସହିତ ସେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିବେ।

ପ୍ରକାଶ ଥାଉକି, ଏହାପୂର୍ବରୁ ଡକ୍ଟର ସଂଯୁକ୍ତା ସାହୁ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟଭାର ତୁଲାଉଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe