ଦାନଗଦୀ ବଜାରରେ ଭାସୁଛି ଡ୍ରେନ ପାଣି

ଦାନଗଦୀ ବଜାରରେ ଭାସୁଛି ଡ୍ରେନ ପାଣି

ଦାନଗଦୀ: କଳିଙ୍ଗନଗର ଶିଳ୍ପାଚଳର ମୁଖ୍ୟ ପ୍ରବେଶ ପଥ କୁହାଯାଉଥିବା ଦାନଗଦୀ ବଜାରର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଦାନଗଦୀ ବ୍ଲକ୍‌ର ତ୍ରିଜଙ୍ଗା ପଞ୍ଚାୟତରେ ଥିବା ଏହି ବଜାର ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାର ହଜାରହଜାର ଶ୍ରମିକ, କର୍ମଚାରୀ ନିର୍ଭର କରିଥାନ୍ତି। ସୋମବାର ଓ ଶୁକ୍ରବାର ଏଠାରେ ସପ୍ତାହର ଦୁଇଦିନ ଦାନଗଦୀ ହାଟ ବସେ। ଏହି ହାଟରେ ଦୋକାନୀ ଓ ଗ୍ରାହକଙ୍କ ଭିଡ଼ ଲାଗୁଥିବା ବେଳେ ଦାନଗଦୀ ବ୍ଲକ୍‌ କାର୍ଯ୍ୟାଳୟକୁ ଶହଶହ ଲୋକ ଆସିଥାନ୍ତି। ହେଲେ ଦାନଗଦୀ ହାଟ ଠାରୁ ଧୂଳିଗଡ଼ ଯିବା ବାଟର ମୁଖ୍ୟ ପ୍ରବେଶ ପଥରେ ଅଳିଆ ଆବର୍ଜନା ପାଣି ଓ ନର୍ଦ୍ଦମା ପାଣି ଭାସୁଛି। ଏହି ମଇଳା ପାଣିରେ ପଶି ପ୍ରତିଦିନ ହଜାରହଜାର ଲୋକ ଯିବାଆସିବା କରୁଛନ୍ତି।

ହେଲେ ଏଥିପ୍ରତି କାହାର ନଜର ନାହିଁ। ଗତ କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ମଦନ ମୋହନ ନାୟକ ଅଳିଆ ଆବର୍ଜନାରେ ପୋତି ହୋଇପଡ଼ିଥିବା ଡ୍ରେନ୍‌ ସଫା କରି ଦୂଷିତ ପାଣି ନିଷ୍କାସନ କରିଥିଲେ। ଏବେ ପୁଣି ତାହା ପୋତି ହୋଇପଡ଼ିଲାଣି। ଏପରିକି ହାଟର ଅଳିଆ ଆବର୍ଜନାକୁ ଅଧିକାଂଶ ହାଟ ବେପାରୀ ଏଣେତେଣେ ପକାଇ ଦେବାରୁ ପରିବେଶ ନଷ୍ଟ ହେଉଛି। ଅନ୍ୟପକ୍ଷରେ ଦାନଗଦୀ ବଜାରରେ ଥିବା ଡ୍ରେନ୍‌ ଅଧାପନ୍ତରିଆ ହୋଇ ପଡ଼ିରହିଛି। ପ୍ରକାଶ ଯେ, ୨ ବର୍ଷ ତଳେ ଦାନଗଦୀ ବଜାର ଭଙ୍ଗା ହୋଇଥିଲା। ଆଜି ପର୍ଯ୍ୟନ୍ତ ଡୁବୁରି-ମିଲିଟାରି ଛକ ରାସ୍ତା କାମ ଆଗେଇ ପାରୁନି। ଠିକାସଂସ୍ଥା ଅଧା ପନ୍ତରିଆ ଡ୍ରେନ୍‌ କାମ କରି ଚୁପ ବସିଛନ୍ତି। ଏହାର ନିର୍ମାଣ ଦାୟିତ୍ବ ନେଇଥିବା ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉଦାସୀନତାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe