ହୀରାକୁଦରୁ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦରୁ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

The New Indian Express

ସମ୍ବଲପୁର: ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ଜଳପ୍ରବେଶ ତୁଳନାରେ ୧୦ଟି ଗେଟ୍‌ ଦେଇ ଅଧିକ ପାଣି ନିଷ୍କାସନ କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଛି। ଶୁକ୍ରବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୧୧.୯୩ ଫୁଟ୍‌କୁ ଖସି ଆସିଛି। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୭୯,୪୫୯ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ୧,୯୧,୭୯୯ କ୍ୟୁସେକ୍ ନିଷ୍କାସିତ ହେଉଥିଲା।

ଉଭୟ ପାର୍ଶ୍ବ ସ୍ପିଲ୍‌ୱେ’ର ମୋଟ ୧୦ଟି ଗେଟ୍‌ ଦେଇ ୧,୫୦,୩୬୦ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲା। ସେହିପରି ପାୱାର୍ ଚାନେଲ୍‌ରେ ୩୬,୬୫୩ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୩,୭୯୮ କ୍ୟୁସେକ୍‌, ଶାସନ କେନାଲରେ ୬୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୧୧୫ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୩ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୧୧.୭୪ କ୍ୟୁସେକ୍‌ ଓ ତଳ ମୁଣ୍ଡରେ ୨.୮୨ କ୍ୟୁସେକ୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe