ମାର୍ଚ୍ଚ ୨୫ରେ 'ନବଜୀବନ'ର ବସନ୍ତ ମହୋତ୍ସବ: ପରିବେଷଣ ହେବ ଚର୍ଚ୍ଚିତ ନାଟକ 'ଭାବ'

Advertisment
ମାର୍ଚ୍ଚ ୨୫ରେ 'ନବଜୀବନ'ର ବସନ୍ତ ମହୋତ୍ସବ: ପରିବେଷଣ ହେବ ଚର୍ଚ୍ଚିତ ନାଟକ 'ଭାବ'

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଅନ୍ୟତମ ସର୍ବ ପୁରାତନ ତଥା ଓଡ଼ିଶାର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ନବଜୀବନ"ର ବସନ୍ତ ମହୋତ୍ସବ ଆୟୋଜିତ ହେବ। ମାର୍ଚ୍ଚ ୨୫ ତାରିଖରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ହେବାକୁ ଥିବା ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁନାମଧନ୍ୟ ଲେଖକ, ସଂଳାପକ,ନିର୍ଦ୍ଦେଶକ ତଥା ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ "ଭାବ୍" ପରିବେଷିତ ହେବ। ନାଟକଟି ସଦ୍ୟ ସମାପିତ ସମ୍ବଲପୁର ସୁରେନ୍ଦ୍ର ସାଏ ନାଟ୍ୟ ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ନଅଟି ପୁରସ୍କାର ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲା।

ଏହି ପରିପ୍ରେକ୍ଷିରେ ମହୋତ୍ସବର ସଫଳ ରୁପାୟନ ପାଇଁ "ନବଜୀବନ" ଉପସଭାପତି ପ୍ରଭାତ କୁମାର ଭୋଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ପାଦକ ଅଜୟ କୁମାର ବହିଦାର, ଗୁଣନିଧି ମହାନ୍ତି, ରାଜ କିଶୋର ମହାରଣା, ଚିରବ୍ରତ୍ତ ଦତ୍ତ, ଦେବେନ ଅମାତ, ବିଜୟ ମହାରଣା, ଗୋପକୃଷ୍ଣ ନାଏକ, କୁମୁଦ ପଣ୍ଡା, ବୃନ୍ଦାବନ ଦାଶ, ଅଶ୍ଵିନୀ ପଟେଲ, ରୀତା ସାହୁ, ଲତିକା ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ପତି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେବା ସହିତ ବସନ୍ତ ମହୋତ୍ସବର ସଫଳ ଆୟୋଜନ କରି ସ୍ବର୍ଗତ ପ୍ରଦୀପ ଭୋଳଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସଂକଳ୍ପ ନେଇଥିଲେ। ଏହା ସହିତ ଆସନ୍ତା ବର୍ଷଠାରୁ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ସ୍ମାରକୀ ନିମନ୍ତେ ଏକ ତିନି ଦିନିଆ ନାଟ୍ୟ ପ୍ରତିଯୋଗିତା ଆୟୋଜନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ସ୍ଵୀକୃତ ଏବଂ ଗୃହୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe