କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନଙ୍କ ବିଜେଡିରୁ ଇସ୍ତଫା ଡ୍ରାମା

କାଲି ଦେଇଥି‌ଲେ, ଆଜି ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ

କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନଙ୍କ ବିଜେଡିରୁ ଇସ୍ତଫା ଡ୍ରାମା

ଫୁଲବାଣୀ: କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲ୍ଲିକ ବିଜେଡିରୁ ଇସ୍ତଫାଦେବା ଓ ୨୪ ଘଣ୍ଟା ନିବିତୁଣୁ ପୁଣି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ଲେଖିବା ପ୍ରସଙ୍ଗ ଜିଲ୍ଲା ରାଜନୀତିକୁ ସରଗରମ କରିଛି। ତେବେ ରୋଦନଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ‌

ରୋଦନ ଘୁ.ଉଦୟଗିରି ବିଧାନସଭା ଆସନରୁ ବିଜେଡି ଟିକେଟ୍ ପାଇ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ। କିନ୍ତୁ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ଦଳ ଦ୍ବିତୀୟଥର ପାଇଁ ସୁଯୋଗ ଦେଇଥିବାରୁ ରୋଦନଙ୍କ ଶିବିରରେ ଅସନ୍ତୋଷ ଦେଖାଦେଇଥିଲା। ଏଭଳି ଘଡ଼ିସନ୍ଧି ସମୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସମେତ ଦଳର ସମସ୍ତ ପଦପଦବିରୁ ଇସ୍ତଫା ଦେଉଥିବା ନେଇ ରୋଦନ ଗତକାଲି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଜି ଅପରାହ୍ନରେ ସେ ଇସ୍ତଫାପତ୍ର ଫେରାଇନେବାକୁ ନିବେଦନ କରିଛନ୍ତି ଏବଂ ପୂର୍ବଭଳି ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe