ଶ୍ରୀମନ୍ଦିର ଭକ୍ତ ନିବାସ ବୁକିଂ ନାଁରେ ଠକେଇ: ଧରାପଡ଼ିଲେ ୨ ସାଇବର ଠକ

ଶ୍ରୀମନ୍ଦିର ଭକ୍ତ ନିବାସ ବୁକିଂ ନାଁରେ ଠକେଇ: ଧରାପଡ଼ିଲେ ୨ ସାଇବର ଠକ

ପୁରୀ: ଶ୍ରୀମନ୍ଦିର ଭକ୍ତ ନିବାସ ବୁକିଂ ନାଁରେ ଭକ୍ତଙ୍କୁ ଠକେଇ ଅଭିଯୋଗରେ ଆଜି ସାଇବର୍‌ ଥାନା ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ କେନ୍ଦୁଝର ଜିଲ୍ଲା ଅଗରପଡ଼ାର ଚନ୍ଦନ ସିଂହ(୨୭) ଓ ଭଦ୍ରକ ଜିଲ୍ଲା ଚରମ୍ପାର ଗୌତମ ସାହୁ(୩୯)। ଦୁଇଜଣ ଜିଓ ଡିଜିଟାଲ୍‌ରେ କାମ କରୁଥିଲେ। ଚନ୍ଦନ ଜେପିଏମ୍‌ ଭାବେ କାମ କରୁଥିବାବେଳେ ଗୌତମ ଡିଏସ୍‌ଏସ୍‌ ଭାବେ କାମ କରୁଥିଲେ।

ଶ୍ରୀକ୍ଷେତ୍ର ବୁଲି ଆସୁଥିବା ଭକ୍ତଙ୍କ ରହଣୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ପୁରୀ ସହରରେ ୪ଟି ଭକ୍ତନିବାସ ଥିବାବେଳେ ଶ୍ରୀମନ୍ଦିର ଭକ୍ତନିବାସ ନାଁରେ ବିଭିନ୍ନ ଫେକ୍‌ ୱେବସାଇଟ୍‌ ଖୋଲି ଦୁଇଜଣ ରୁ୍‌ମ ବୁକିଂ ନାଁରେ ଭକ୍ତଙ୍କଠାରୁ ଟଙ୍କା ‌ଠକି ନେଉଥିଲେ। ଏ ସମ୍ପର୍କରେ ଭକ୍ତଙ୍କଠାରୁ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଗତବର୍ଷ ୨୪ ତାରିଖରେ ପୁରୀ ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନୀଳାଚଳ ଭକ୍ତନିବାସ ନାଁରେ ଫେକ୍‌ ୱେବସାଇଟ୍‌ ଖୋଲିଥିବା ଓ ୭୭୩୫୨୨୭୬୯୨ ନମ୍ବରରେ ଭକ୍ତନିବାସ ନାଁରେ ରୁମ୍‌ ବୁକିଂ କରିବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରିଥିଲେ। ସାଇବର ଥାନା ତଦନ୍ତ ପରେ ସମ୍ପୃକ୍ତ ଦୁଇ ଅଭିଯୁ୍କ୍ତ ଚନ୍ଦନ ଓ ଗୌତମକୁ ଗିରଫ କରିବାକୁ ସମର୍ଥ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe