ରାଜଧାନୀ ବାଳିକା ହାଇସ୍କୁଲର ଛାତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ, କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ

ରାଷ୍ଟ୍ରପତି ନିର୍ବାଚନ: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସର ୨ ବିଧାୟକ!

ଭୁବନେଶ୍ବର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଥିଲା ସଂଘର୍ଷପୂର୍ଣ୍ଣ। ପ୍ରାୟ ୫୦ ବର୍ଷ ପୂର୍ବରୁ ରାଜ୍ୟର ଗମନାଗମନ କ୍ଷେତ୍ରରେ ଏତେ ଉନ୍ନତି ନ ଥିଲେ ବି ମୟୂରଭଂଜ ଜିଲ୍ଲାରୁ ଆସି ଭୁବନେଶ୍ବରରେ ପାଠ ପଢ଼ିବା ‌ସେତେ ସହଜ ନଥିଲା। କିନ୍ତୁ ଅନେକ ପ୍ରତିକୂଳ ପରିସ୍ଥିତି ପରେ ବି ଦ୍ରୌପଦୀ ମୁର୍ମୁ ଭୁବନଶ୍ବରକୁ ଆସି ପାଠ ପଢ଼ିଥିଲେ। ଦ୍ରୌପଦୀ ମୁର୍ମୁ ୧୯୭୪ ମସିହାରେ ଭୁବନେଶ୍ବରସ୍ଥିତ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେ ସ୍କୁଲର ହଷ୍ଟେଲରେ ରହୁଥିଲେ।  କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ।

ଦ୍ରୌପଦୀ ମୁର୍ମୁ ପିଲାଟି ଦିନରୁ ସରଳ ସ୍ବଭାବର ଥିଲେ। ଛାତ୍ରୀ ଜୀବନରେ ବି ଖୁବ୍ ଶାନ୍ତସ୍ୱଭାବର ଥିଲେ । ନିଜେ ପାଠପଢ଼ିବା ସହ ଅନ୍ୟପିଲାଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ । ଏବେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପୁରୁଣା ସ୍କୁଲ ନୂଆ ଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ପରସ୍ପରକୁ ମିଠା ଖୁଆଇ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀତ୍ୱକୁ ନେଇ ଉତ୍ସାହିତ ଦେଖାଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe