ଚିତ୍ରାଙ୍କନ ବଖାଣିଲା ବିଭାଜନ ବିଭୀଷିକା

Advertisment

ଏନ୍‌ଆଇଟିରେ ଚିତ୍ରାଙ୍କନ ପ୍ରତିଯୋଗିତା, ତ୍ରିରଙ୍ଗା ଶୋଭାଯାତ୍ରା

ଏନ୍‌ଆଇଟିରେ ଚିତ୍ରାଙ୍କନ ପ୍ରତିଯୋଗିତା, ତ୍ରିରଙ୍ଗା ଶୋଭାଯାତ୍ରା

ଚିତ୍ରାଙ୍କନ ବଖାଣିଲା ବିଭାଜନ ବିଭୀଷିକା

ରାଉରକେଲା: ଭାରତ ସରକାରଙ୍କ ପକ୍ଷରୁ ବିଭାଜନ ବିଭୀଷିକାକୁ ସ୍ମୃତି ଦିବସ ଭାବେ ପାଳନ କରିବାକୁ ଆହ୍ବାନ କରାଯାଇଛି। ଏଥିରେ ସାମିଲ ହୋଇଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। ଏହି ଉପଲକ୍ଷେ ଅନୁଷ୍ଠାନର ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌(ସାକ୍‌) ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନୁଷ୍ଠାନର ରାଜେନ୍ଦ୍ର ମିଶ୍ର ହଲ୍‌ରେ ‘ବିଭାଜନ ବିଭୀଷିକା’ ବିଷୟବସ୍ତୁ ଆଧାରିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭାଜନ ସମୟର ଦୃଶ୍ୟକୁ ଆଙ୍କିଥିଲେ।

ପ୍ରତିଯୋଗିତାରେ ସୁଜ୍ଞାନ ବେଣ୍ଟକର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରତ୍ୟୁଷ ଦାଶ ଦ୍ବିତୀୟ ଓ ସୋନାଲୀ ବୋରକର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚାରି ଜଣ ପ୍ରତିଷ୍ଠିତ ଚିତ୍ରଶିଳ୍ପି ବିଚାରକ ଦାୟିତ୍ବ ତୁଲାଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ବିଶିଷ୍ଠ ନାଟ୍ୟବିତ୍‌ ପ୍ରଫେସର ସମର ମୁଦାଲି, ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଯୋଗଦେଇ କହିଲେ, ବିଭାଜନ ଅଖଣ୍ଡ ଭାରତର ଇତିହାସରେ ଏକ କଳା ଦାଗ ହିସାବରେ ରହିଯାଇଛି।

publive-image

ଏହାର ପ୍ରଭାବ ଆଜି ପର୍ଯ୍ୟନ୍ତ ଅନୁଭୂତ ହେଉଥିବାବେବେଳ ସବୁଦିନ ପାଇଁ ହୃଦୟର ବେଦନା ଭାବେ ରହିବ। ଏହି କ୍ଷତି ପାଇଁ ଶୋକ ବ୍ୟକ୍ତ କରିବା, ବିଭାଜନବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ସ୍ମରଣକରିବା, ଐକ୍ୟଭାବ ପ୍ରଦର୍ଶନ କରିବା ସହ ହୃଦୟରେ ଜାତୀୟତା ବୋଧ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏନ୍‌ଆଇଟିର ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ବେଶ୍‌‌ ପ୍ରଶଂସନୀୟବୋଲି କହିଥିଲେ। ଏତଦ୍‌ବ୍ୟତୀତ ସାକ୍‌ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ ୭୫ତମ ସ୍ବାଧୀନତା ଦିବସ’ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା, ମାରାଥନ୍‌ ଆୟୋଜନ କରାଯାଇଥିଲା। କ୍ୟାମ୍ପସ୍‌ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe