ଉଚ୍ଛେଦ ହେବ ଡିଆର୍‌ଡିଏ

Advertisment
ସଶକ୍ତ ହେବ ଜିଲ୍ଲା ପରିଷଦ, ଡିଆର୍‌ଡିଏ ଉଚ୍ଛେଦ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ

Daily Pioneer

ଭୁବନେଶ୍ବର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍‌ଡିଏ) ଉଚ୍ଛେଦ ହେବ। ୨୦୨୨ ଏପ୍ରିଲ୍‌ ମାସରୁ ଏହା ଅକାମୀ ହୋଇଯିବ। ଏଥିପାଇଁ କେନ୍ଦ୍ର ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଏଠାରେ କାମ କରୁଥିବା କର୍ମଚାରୀଙ୍କୁ କିପରି ଥଇଥାନ କରାଯିବ, ତାହାର ଏକ ମାର୍ଗଦର୍ଶିକା ମଧ୍ୟ କେନ୍ଦ୍ର ପକ୍ଷରୁ ଦିଆଯାଇଛି।

କେନ୍ଦ୍ର ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୨ ଏପ୍ରିଲ୍‌ରୁ ଡିଆର୍‌ଡିଏ ଆଉ କାର୍ଯ୍ୟକ୍ଷମ ହେବନାହିଁ। ରାଜ୍ୟଗୁଡ଼ିକ ଡିଆର୍‌ଡିଏକୁ ଜିଲ୍ଲା ପରିଷଦ ସହ ବିଲୀନ କରାଇବେ। ଡେପୁଟେସନ୍‌ରେ ଆସି ଡିଆର୍‌ଡିଏରେ କାମ କରୁଥିବା କର୍ମଚାରୀଙ୍କୁ ମୂଳ ବିଭାଗକୁ ଫେରାଇ ନିଆଯିବ। ଡିଆର୍‌ଡିଏରେ ସିଧାସଳଖ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଜିଲ୍ଲା ଯୋଜନା କମିଟି କିମ୍ବା ଅନ୍ୟ ବିଭାଗରେ ନିୟୋଜନ କରାଯିବ। ଯଦି ଏହା ସମ୍ଭବ ନ ହୁଏ, ‌‌ତେବେ ସେମାନଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ମନରେଗା, ପିଏମ୍‌ଏୱାଇ ଓ ଏନ୍‌ଏସ୍‌ଏପି ପରି ଯୋଜନାରେ ନିୟୋଜନ କରାଯାଇପାରିବ। ଡିଆର୍‌ଡିଏ ଯୋଜନା ଅଧୀନରେ ଦିଆଯାଇଥିବା ପାଣ୍ଠିକୁ ଅଡିଟ୍‌ କରାଯିବ ଏବଂ ୩୧.୩.୨୦୨୨ ସୁଦ୍ଧା ଖର୍ଚ୍ଚ ହୋଇ ନ ଥିବା ପାଣ୍ଠିକୁ ଜିଲ୍ଲା ପରିଷଦକୁ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe