୧୮ ବର୍ଷ ପରେ ବି ମେଡିକାଲ କଲେଜ ସ୍ୱପ୍ନ, ୨୦୨୨ ମସିହାରେ ପାଠପଢ଼ା ଆରମ୍ଭ ନେଇ ପ୍ରଶ୍ନବାଚୀ

୧୮ ବର୍ଷ ପରେ ବି ମେଡିକାଲ କଲେଜ ସ୍ୱପ୍ନ, ୨୦୨୨ ମସିହାରେ ପାଠପଢ଼ା ଆରମ୍ଭ ନେଇ ପ୍ରଶ୍ନବାଚୀ

ଭବାନୀପାଟଣା : ଘୋଷଣାର ୧୮ ବର୍ଷ ପରେ ବି କଳାହାଣ୍ଡି ଜିଲ୍ଲାରେ ମେଡିକାଲ୍‌ କଲେଜ ସ୍ବପ୍ନ ହୋଇ ରହିଛି। ବାରମ୍ବାର ଦାବି ଓ ପ୍ରତିବାଦ ପରେ କଳାହାଣ୍ଡି ଜିଲ୍ଲା ଜାରିଙ୍ଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ପିପିପି ମୋଡ୍‌ରେ ଏକ ଘରୋଇ ମେଡିକାଲ କଲେଜ ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ୨୦୦୪ ରୁ ୨୦୧୧ ମସିହା ମଧ୍ୟରେ ମନ୍ଥର ଗତିରେ ସର୍ଦ୍ଦାର ରାଜା ମେଡିକାଲ କଲେଜ ଚାଲିଥିବା ପରିପ୍ରେକ୍ଷୀରେ ସରକାରୀ ମେଡିକାଲ କଲେଜ ପାଇଁ କଳାହାଣ୍ଡିବାସୀ ବାରମ୍ବାର ଓଡ଼ିଶା ସରକାରଙ୍କ ନିକଟରେ ଦାବି କରିଥିଲେ। ଓଡ଼ିଶା ସରକାର କିଛି ପଦକ୍ଷେପ ନେଲେନାହିଁ। ଫଳରେ ଗୋଟିଏ ବର୍ଷ ଚାଲିବା ପରେ ଭିତ୍ତିଭୂମି ଅଭାବ ହେତୁ ୨୦୧୫ ମସିହାରେ ଏମ୍‌ସିଆଇ ସର୍ଦ୍ଦାର ରାଜା ମେଡିକାଲ କଲେଜରୁ ଅନୁମୋଦନ ପ୍ରତ୍ୟାହାର କରିଥିଲେ।

ଜନସାଧାରଣଙ୍କ ତୀବ୍ର ଆନ୍ଦୋଳନ ଓ ଦାନ ମାଝୀଙ୍କ ଦ୍ବାରା ପତ୍ନୀଙ୍କ ଶବ ବୋହିବା ଘଟଣା ସାରାବିଶ୍ୱରେ ଚର୍ଚ୍ଚା ହେବାପରେ ଓଡ଼ିଶା ସରକାର ବାଧ୍ୟ ହୋଇ ୨୦୧୬ ମସିହାରେ କଳାହାଣ୍ଡିର ଭଙ୍ଗାବାରି ଠାରେ ଏକ ସରକାରୀ ମେଡିକାଲ କଲେଜ ଘୋଷଣା କରିଥିଲେ। ଓଡ଼ିଶା ସରକାରଙ୍କ ବଜେଟ୍‌ରେ ମେଡିକାଲ କଲେଜ ଓ ବେଦାନ୍ତ ଦ୍ୱାରା ହସ୍ପିଟାଲ ହେବାର ଘୋଷଣା କରି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୪ ବର୍ଷ ହେଲା କାମ ମନ୍ଥର ଗତିରେ ଚାଲିଛି। ଫଳରେ, କଳାହାଣ୍ଡିରେ ମେଡିକାଲ କଲେଜ ସ୍ବପ୍ନକୁ ୧୮ ବର୍ଷ ବିତିଯାଇଥିଲାବେଳେ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜିଲ୍ଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe