‘ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସକୋଡ୍’

ମହାପ୍ରଭୁଙ୍କ ବନକଲାଗି ବିବାଦ: ଶ୍ରୀମନ୍ଦିର ସତ୍ତ୍ବଲିପିକୁ ନେଇ ତର୍ଜମା

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଦାବି ଜୋର ଧରିଛି। ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଏହା ସପକ୍ଷରେ ମତ ଦେଇଛନ୍ତି। ନଚେତ୍‌ ଶ୍ରୀମନ୍ଦିରରେ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ। ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେବ ବୋଲି ନିଯୋଗମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତୁରନ୍ତ ଡ୍ରୋସ୍‌କୋଡ୍‌ ଲାଗୁ ପାଇଁ ଦାବି କରିଛି।

ସେପଟେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଉପରେ ବିଭିନ୍ନ ସମୟରେ ବୈଠକରେ ଆଲୋଚନା ହୋଇଛି, ଏ ଦିଗରେ ବିଚାରବିମର୍ଶ ଚାଲିଛି, ଖୁବଶୀଘ୍ର ଏହା ଲାଗୁ ହୋଇପାରେ ବୋଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ କହିଛନ୍ତି।ଅନ୍ୟପଟେ କିଛି ମାସ ହେଲାଣି ସେବାୟତଙ୍କ କ୍ଷେତ୍ରରେ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ନୀତିକାନ୍ତି ପାଇଁ ଯାଉଥିବା ସେବକ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ କରିବାକୁ ନିୟମ ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe