An Indian woman fills drinking water from a public tap, on the eve of World Water Day in Allahabad, India Thursday, March 21, 2013. The U.N. estimates that more than one in six people worldwide do not have access to 20-50 liters (5-13 gallons) of safe freshwater a day to ensure their basic needs for drinking, cooking and cleaning. (AP Photo/ Rajesh Kumar Singh)
ନିମାପଡ଼ା : ନିମାପଡ଼ାରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରହସନରେ ପରିଣତ ହୋଇଛି। ନିମାପଡ଼ା ଏନ୍ଏସି ଅନ୍ତର୍ଗତ ବ୍ଲକ୍ ଛକଠାରୁ ପାଟପୁର କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ଆରମ୍ଭ ହୋଇପାରୁ ନାହିଁ। ସକାଳ ଓ ସନ୍ଧ୍ୟା ସମୟରେ ଜଳ ଯୋଗାଣ ହେଉଛି କିନ୍ତୁ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁ ଜଳ ଯୋଗାଣ ବନ୍ଦ ହୋଇଯାଉଛି। ଗ୍ରୀଷ୍ମ ଋତୁରେ ଏହି ସବୁ ଅଞ୍ଚଳର ୫ହଜାର ପରିବାର ପାଣି ପାଇଁ ଡହଳବିକଳ ହେଉଛନ୍ତି।
ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁ ପାଣି ପମ୍ପ୍ଗୁଡ଼ିକ ଅଚଳ ହୋଇପଡ଼ୁଛି। ବିକଳ୍ପ ବ୍ୟବସ୍ଥା କରାଯାଉନଥିବାରୁ ଗ୍ରୀଷ୍ମ ପ୍ରବାହରେ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ୨୪ ଘଣ୍ଟିଆ ପିଇବା ପାଣି ପାଇବା ନିମାପଡ଼ା ଏନ୍ଏସିର ୧ ନମ୍ବର ୱାର୍ଡରୁ ୬ ନମ୍ବର ୱାର୍ଡ ବାସିନ୍ଦାଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି। ନିମାପଡ଼ା ୱାଟ୍କୋରେ ଦୀର୍ଘଦିନ ହେବ ସହକାରୀ ଯନ୍ତ୍ରୀ ପଦବି ଖାଲି ପଡ଼ିଛି। ରାଜନୈତିକ ପୃଷ୍ଠପୋଷକତାରେ ନିମାପଡ଼ା ୱାଟ୍କୋ ଚାଲିଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଶଶିଭୂଷଣ ମହାନ୍ତି କହିଛନ୍ତି ଆଉ ୧୫ ଦିନ ମଧ୍ୟରେ ସବୁ ସମସ୍ୟାର ସମାଧାନ ହେବ।
Follow Us