ପାନୀୟଜଳ ଅପହଞ୍ଚ: ଶୋଷ ମେଣ୍ଟାଉଛି ଚୁଆ ପାଣି

Advertisment
ପାନୀୟଜଳ ଅପହଞ୍ଚ: ଶୋଷ ମେଣ୍ଟାଉଛି ଚୁଆ ପାଣି

ବିଶୋଇ : ଗ୍ରୀଷ୍ମ ଯାଇ ବର୍ଷା ଋତୁ ଆସିଲା। ମାତ୍ର ଦାରୁଣ ଅବସ୍ଥାରେ ପରିବର୍ତ୍ତନ ହେଲାନି। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ବାସିନ୍ଦାଙ୍କ ପାଇଁ ଟୋପାଏ ପାନୀୟ ମିଳୁନି। ଚୁଆପାଣି ହିଁ ପିଇ ଶୋଷ ମେଣ୍ଟାଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଖଡ଼ମବେଡା ପଞ୍ଚାୟତ ଧଡାସାହି ଗ୍ରାମରେ ଏପରି ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବିଶୋଇରୁ ମାତ୍ର ୧ କିମି ଦୂର ଗଲେ ଧଡ଼ାସାହି ପଡ଼େ। ଏହି ସାହିରେ ପ୍ରାୟ ୧୫ଟି ମୁଣ୍ଡା ପରିବାରର ୭୦ରୁ ଊର୍ଦ୍ଧ୍ବ ଲୋକ ବାସ କରନ୍ତି। ସାହିରେ ପାନୀୟଜଳ ପ୍ରକଳ୍ପ ନାହିଁ କି ନଳକୂଅ ନାହିଁ। ତେଣୁ ବର୍ଷ ତମାମ ଗାଁରୁ ପ୍ରାୟ ଅଧ କିମି ଦୂର ଥିବା ନାଳପାଣିକୁ ଭରସା କରି ଲୋକେ ବଞ୍ଚନ୍ତି। ନାଳ ମଧ୍ୟରେ ଚୁଆ ତିଆରି କରି ସେମାନେ ପାଣିକୁ ଏକ କପଡାରେ ଛାଣି ପାନୀୟ ଜଳ ରୂପେ ବ୍ୟବହାର କରି ଆସୁଛନ୍ତି।

ଏନେଇ ବିଶୋଇ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ମିଶନର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ, ଜାହିରାସାହିରେ ନବ ନିର୍ମିତ ଉଠାଜଳସେଚନ ପ୍ରକଳ୍ପରୁ ଉକ୍ତ ଅଞ୍ଚଳକୁ ଖୁବ୍‌ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe