ମିଳୁନି ମୌଳିକ ସୁବିଧା ସୁଯୋଗ, ଦୟନୀୟ ଜୀବନ କାଟୁଛନ୍ତି ବଡ଼ଝରବାସୀ

ମିଳୁନି ମୌଳିକ ସୁବିଧା ସୁଯୋଗ, ଦୟନୀୟ ଜୀବନ କାଟୁଛନ୍ତି ବଡ଼ଝରବାସୀ

ନିରାକାରପୁର : ଖୋର୍ଧା ବ୍ଲକ୍‌ ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ବଡଝର ଆଦିବାସୀ ହରିଜନସାହିରେ ମୌଳିକ ସୁବିଧା ସୁଯୋଗ ଅଭାବରୁ ଦୟନୀୟ ଜୀବନ କାଟୁଛନ୍ତି ଲୋକେ। ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା କୌଣସି ସେବା ଏଠାରେ ମିଳେ ନାହିଁ। ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ପାନୀୟ ଜଳର ଅଭାବ।

publive-image

ଏହି ଗ୍ରାମର ଲୋକସଂଖ୍ୟା ପାଖାପାଖି ଦେଢ଼ଶହରୁ ଅଧିକ। କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ଗ୍ରାମରେ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇ ପାରି ନାହିଁ। ପାଇପ୍‌ ଜଳ ଯୋଗାଣ ପାଇଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ହୋଇ ପାରି ନାହିଁ। ମାଟିତଳେ ଲକ୍ଷ ଲକ୍ଷ ଟଙ୍କାର ପାଣି ପାଇପ୍ ଦୀର୍ଘ ବର୍ଷ ହେଲା ଖତଖାଉଛି। ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ନିର୍ମାଣାଧୀନ ଷ୍ଟାଣ୍ତପୋଷ୍ଟ ଏବେ ମାଟିରେ ମିଶିବାକୁ ବସିଲାଣି। ଏହି କାରଣରୁ ଅନେକ ସମୟରେ ଝାଡ଼ାବାନ୍ତି ବ୍ୟାପୁଛି। ଗ୍ରାମ୍ୟରାସ୍ତା, ନଦୀବନ୍ଧ ଓ ଖୋଲା ପଡ଼ିଆ ଗ୍ରାମବାସୀଙ୍କ ପାଇଁ ମୁକ୍ତାକାଶ ପାଇଖାନା ପାଲଟିଛି। ଗ୍ରାମରେ ଭିତ୍ତିଭୂମି ବିକାଶ କରି ବାସିନ୍ଦାଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe