ସହରତଳି ଗାଁରେ ଜଳ ସଂକଟ ଉତ୍କଟ : ତିନିଟି ନଳକୂପ ଓ ଗୋଟିଏ କୂଅ, ମେଣ୍ଟୁନି ଶୋଷ

Advertisment
ସହରତଳି ଗାଁରେ ଜଳ ସଂକଟ ଉତ୍କଟ  : ତିନିଟି ନଳକୂପ ଓ ଗୋଟିଏ କୂଅ, ମେଣ୍ଟୁନି ଶୋଷ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରତଳି ଗାଁ ହେଉଛି ବାରିଣିପୁଟ। ଏହି ଗାଁରେ ଶୀତ ଦିନରେ ଦେଖିବାକୁ ମିଳିଛି ପାଣି ସମସ୍ୟା। ପାନୀୟ ଜଳ ନ ଥିବା ହେତୁ ଏହି ଗାଁରେ ୬୦୦ ଲୋକ ରହୁଥିବାବେଳେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପ୍ରତିଦିନ ପାଣି ଲାଗି କୂଅ ନିକଟରେ ଭିଡ ଜମୁଥିବାବେଳେ ସମୟ କ୍ରମେ ପାଣିକୁ ନେଇ ଛୋଟମୋଟ ଝଗଡା ମଧ୍ୟ ଦେଖିବାକୁ ମିଳିଛି। ଜୟପୁର ସହର ଉପକଣ୍ଠରେ ରହିଥିବା ଏହି ଗାଁରେ ଦିନେ ନୁହେଁ କି ଅଧେ ନୁହେଁ ତିନିବର୍ଷ ହେଲା ଉତ୍କଟ ପାଣି ସମସ୍ୟା ଦେଖିବାକ ମିଳିଛି। ଗାଁରେ ତିନିଟି ନଳକୂପ ରହିଥିବାବେଳେ ଦୁଇଟି ଅଚଳ ହୋଇଯାଇଥିବାବେଳେ ଗୋଟିଏ କୂଅ ଉପରେ ଭରଷା କରୁଛନ୍ତି ପୁରା ୨୦୦ରୁ ଅଧିକ ପରିବାର। ସକାଳ ହେଲେ ଏହି କୂପରେ ନିକଟରେ ସାହିର ମହିଳାମାନେ ଲାଇନ ଲଗାଉଥିବା ଦେଖିବାକୁ ମିଳିଛି।

publive-image

ତେବେ ତିନିବର୍ଷ ତଳେ ଗାଁକୁ ଗ୍ରାମ୍ୟ ଜଳଯୋଗାଣ ଅନ୍ତର୍ଗତ ବି.ମାଳିଗୁଡା ଗାଁରୁ ପାଣି ଆସୁଥିଲା। ତେବେ ଜାତୀୟ ରାଜପଥ କାମ ଆରମ୍ଭ ହେବା ଦିନରୁ ଗାଁକୁ ପାଣି ଆସୁନାହିଁ। ଫଳରେ ଗାଁରେ ରହିଥିବାରୁ ୪ଟି ଷ୍ଟାଣ୍ଡ ପୋଷ୍ଟ ଖାଲି ପଡିଥିବା ଦେଖିବାକୁ ମିଳିଛି। ବର୍ଷାଦିନେ ଯେମିତି ସେମତି ଚଳିଯାଉଥିବାବେଳେ ଖରାଦିନେ ପାଣି ସମସ୍ୟା କହିଲେ ନ ସରେ। ଖାଲି ପାନୀୟ ଜଳ ନୁହେଁ ଅନ୍ୟ କାର୍ଯ୍ୟ ପାଇଁ ଖୋଳାଯାଇଥିବା ପୋଖରୀଟିର ଅବସ୍ଥା ମଧ୍ୟ ସମାନ। ଦଳ ଭର୍ତ୍ତି ହୋଇଥିବାରୁ ନିତ୍ୟକ୍ରମ ଉପରେ ଏହି କୂଅ ଉପରେ ଗାଁ ଲୋକେ ନିର୍ଭର କରୁଥିବା ଦେଖିବାକୁ ମିଳିଛି। ତେବେ ନିୟମିତ ବ୍ୟବଧାନରେ ଗାଁରେ ଥିବା ନଳକୂପର ମରାମତି କରାଯାଉଛି। କାମ ସାରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ବିଲ ପରେ ବିଲ କରୁଛି କିନ୍ତୁ ଗାଁ ଲୋକଙ୍କୁ ପାଣି ସମସ୍ୟା ଏବେ ଦହଚର ହୋଇଗଲାଣି। ପାଣି ପାଇଁ ସବୁଦିନ ଗାଁରେ ଛୋଟମୋଟ କଳି ଲାଗୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏନେଇ ଗାଁର ବୁଦୁରା ପାଙ୍ଗି କହିଛନ୍ତି ଯେ ଗାଁରେ ୬୦୦ ଲୋକ ରହୁଥିବାବେଳେ ତିନିଟି ନଳକୂପରୁ ଦୁଇ ଅଚଳ ହୋଇପଡିଛି। ଯେଉଁ ଗୋଟିଏ ନଳକୂପ ବାକି ରହିଛି ସେଥିରୁ ବାଲିମିଶା ପାଣି ବାହାରୁଛି। ଗାଁରେ ପୂର୍ବରୁ ରହିଥିବା କୂଅ ହିଁ ଏବେ ଭରଷା। ସେଥିରୁ ପାନୀୟ ଜଳଠୁ ଆରମ୍ଭ କରି ନିତ୍ୟକ୍ରମ କରୁଛୁ । ଏନେଇ ବହୁବାର ବିଡିଓ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କୁ ଅଭିଯୋଗ କରିଛୁ କିନ୍ତୁ ଫଳ ଶୂନ ବୋଲି ସେ କହିଛନ୍ତି।

publive-image

ଏନେଇ ଶତମନ୍ ମାଣ୍ଡି କହିଛନ୍ତି ଯେ ଖାଲି ପାନୀୟ ଜଳ ନୁହେଁ ଗାଁ ନିକଟରେ ରହିଥିବା ପୋଖରୀର ଅବସ୍ଥା ଅତି ଶୋଚନୀୟ। ଏହି ପୋଖରୀ ଯେ‌ତେବେଳେ ଭଲ ଥିଲା ସେଠାରୁ ପାଣି ଆଣି ଆମେ ବ୍ୟବହାର କରୁଥିଲୁ। ଏବେ ନଳକୂପ ଖୋଳାଇ ପାଣି ବ୍ୟବହାର କରିବାରୁ ଏହି ପୋଖରୀରେ ଦଳ ଚଢିଗଲା। ଏବେ ପାଣି ଗାଧେଇବା ଯୋଗ୍ୟ ହୋଇ ନାହିଁ। ତିନିଟି ନଳକୂପରୁ ଦୁଇଟି ଖରାପ ହୋଇଥିବାରୁ ଏବେ କୂଅ ଉପରେ ଆମେ ନିର୍ଭର କରୁଛୁ ବୋଲି ସେ କହିଛନ୍ତି।

ଏନେଇ ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ ଘଟଣା ସମ୍ପର୍କରେ ଏବେ ଖବର ପାଇଲି। ଏନେଇ ଆରଡବ୍ଲୁଏସଏସ ଅଧିକାରୀଙ୍କ ସହ ଆଲୋଚନା କରି କିପରି ଗାଁକୁ ପାନୀୟଜଳ ସୁରୁଖୁରରେ ମିଳିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe