ବ୍ରହ୍ମଗିରି : ପାଇପ୍‌ ଫାଟି ନଷ୍ଟ ହେଉଛି ପାଣି; ପିଇବାକୁ ମିଳୁନି, ରାଜପଥରେ ଭାସୁଛି

Advertisment
ବ୍ରହ୍ମଗିରି : ପାଇପ୍‌ ଫାଟି ନଷ୍ଟ ହେଉଛି ପାଣି; ପିଇବାକୁ ମିଳୁନି, ରାଜପଥରେ ଭାସୁଛି

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ରେ ପିଇବା ପାଣି ସବୁଠାରୁ ବଡ଼ ସମସ୍ୟା ହୋଇଛି। ଏହି ବ୍ଲକ୍‌ ଉପକୂଳ ଇଲାକାରେ ରହିଥିବାରୁ ଲୁଣି ଓ ଖାରି ବାହାରୁଛି। ଗାଁ ଗହଳିରେ ବସିଥିବା ନଳକୂପରୁ ଲୁଣି ଓ ଖାରି ପାଣି ବାହାରୁ ଥିବାରୁ ଲୋକେ ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଏମିତିକି କୋଟି କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ବର୍ଷ ବର୍ଷ ଧରି କାର୍ଯ୍ୟାକ୍ଷମ ହୋଇ ପାରୁ ନାହିଁ। ଏହାରି ଭିତରେ ବ୍ଲକ୍‌ର ଅନେକ ପାନୀୟ ଜଳ ପ୍ରକଳ୍ପର ପମ୍ପ୍‌ ହାଉସ୍‌ ଅଚଳ ହୋଇ ପଡ଼ିଛି। ଏବେ ପାଇପ୍‌ ଫାଟି ପାଣି ଭାସୁଥିବାବେଳେ ଏହାର କୌଣସି ରକ୍ଷଣାବେକ୍ଷଣ ହେଉ ନାହିଁ।

ଖବର ନେବାରେ ଜଣାପଡ଼ିଛି ବ୍ରହ୍ମଗିରି ବ୍ଲକ୍‌ରେ ଅନେକ ମେଗା ପ୍ରକଳ୍ପ ପାଇଁ ପାଇପ୍‌ ବିଛା ଯାଉଛି। ଏହି ପ୍ରକଳ୍ପ କଣାସ ବ୍ଲକ୍ ସହିତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ୭ ପଞ୍ଚାୟତକୁ ପିଇବା ପାଣି ଯୋଗାଣ କରିବ। ଏବେ ଏହି ପ୍ରକଳ୍ପ ପାଇଁ ପାଇପ୍‌ ବିଛା ଯାଉଛି। ପୁରୀ-ସାତପଡ଼ା ରାଜପଥ କଡରେ ପାଇପ ବିଛା କାମ ଚାଲିଛି। କିନ୍ତୁ ପାଇପ ବିଛାଯିବା ବେଳେ ପୂର୍ବରୁ ରାସ୍ତା କଡ଼ରେ ଯାଇଥିବା ପମ୍ପ ହାଉସ୍‌ର ପାଇପ୍‌ ଫାଟି ପାଣି ଭାସୁଛି। ଭୁବନପୁର ପଞ୍ଚାୟତର ଗୈାଡକେରା ଗାଁ ଆଗକୁ ରାଜପଥ କଡ଼ରେ ପାଇପ ଫାଟି ରାଜପଥରେ କୃତ୍ରିମ ହ୍ରଦ ପାଲଟିଛି। ରାସ୍ତା ଉପରେ ପାଣି ଭାସୁଛି। ୪ ଦିନ ହେଲାଣି ପାଇପ୍‌ ଫାଟି ପାଣି ଭାସୁଥିବାବେଳେ ବିଭାଗୀୟ ଅଧିକାରୀ ଏହାର ମରାମତି କରି ନଥିବା ଜଣାପଡିଛି। ଭୁବନପୁର ପମ୍ପ ହାଉସ୍‌ ଉପରେ ୭ରୁ ଅଧିକ ଗାଁ ସହିତ ସୁନାମୁହିଁ ବଜାର ପାଣି ପାଇଁ ନିର୍ଭର କରୁଛି। ପାଇପ୍‌ ଫାଟି ଯିବାରୁ ଲୋକେ ପିଇବା ପାଣି ପାଇଁ ନାକେଦମ ହେଉଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe