ବିଶ୍ୱଜିତ ଦାଶ, ମୁକୁନ୍ଦ ଷଡ଼ଙ୍ଗୀ
ବରଗଡ଼/ ଭେଡ଼େନ: ଏକ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ଘରକୁ ଘର ପାଣି ଯୋଗାଣ ପାଇଁ ୩ଟି ପ୍ରକଳ୍ପର ଯୋଜନା ହୋଇଥିଲା। ଆର୍ଆଇଡିଏଫ୍ ଓ ଜଳ ଜୀବନ ମିସନ୍ରେ ହୋଇଥିବା ଏହି ଯୋଜନାର ସୁଫଳ କିନ୍ତୁ ବରଗଡ଼ ଜିଲ୍ଲାବାସୀ ପାଉ ନାହାନ୍ତି। ଦୁଇଟି ଠିକାସଂସ୍ଥା ଶହଶହ କୋଟି ଟଙ୍କା ସରକାରୀ ତହବିଲରୁ ନେଇସାରିଲେଣି। ହେଲେ ଲୋକେ ପାଣି ନ ପାଇ ଡହଳବିକଳ ହେଉଛନ୍ତି।
Saksham Anganwad: ମାର୍ଗଦର୍ଶିକା ଅନୁଯାୟୀ ନାହିଁ ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ର, ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟ ବି ହୋଇନି ପୂରଣ
ବିଭାଗୀୟ ତଥ୍ୟ ଅନୁସାରେ, ବରଗଡ଼ ଜିଲ୍ଲାରେ ଭେଡ଼େନ ଓ ବରପାଲି ବ୍ଲକ୍ର ସମସ୍ତ ଗାଁକୁ ପାଣି ଯୋଗାଣ ପାଇଁ ୨୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହୁଲପାଲିଠାରେ ପ୍ରକଳ୍ପର ଯୋଜନା ହୋଇଥିଲା। ମହାନଦୀରୁ ପାଣି ଉଠାଇ ଏହି ଦୁଇ ବ୍ଲକ୍କୁ ପାଣି ଯୋଗାଣ ପାଇଁ କାମ ହାତକୁ ନିଆଯାଇଥିଲା। କେଇସି/କାବେରୀ ଠିକାସଂସ୍ଥା କାମ କରୁଛି। ଭେଡ଼େନ ବ୍ଲକ୍ର ୯୦ ପ୍ରତିଶତ ପାଇପଲାଇନ୍ ବିଛା କାମ ସରିବା ସହ ବରପାଲି ବ୍ଲକ୍ର ୩୦ ପ୍ରତିଶତ ଗାଁକୁ ପାଇପଲାଇନ୍ ବିଛା କାମ ସରିଥିବା ଅଧିକାରୀମାନେ ତଥ୍ୟ ରଖୁଛନ୍ତି। ତେବେ ବାସ୍ତବ ସ୍ଥିତି କଣ ରହିଛି ତାହା ଜାଣିବାକୁ ଆମେ ଗ୍ରାଉଣ୍ଡ ଜିରୋକୁ ପହଞ୍ଚିଥିଲୁ। ଭେଡ଼େନ ବ୍ଲକ୍ ଅଞ୍ଚଳରେ କେଉଁଠି ପାଇପ୍ ମାଟି ଉପରେ ବିଛାଯାଇଛି ତ ଆଉ କେଉଁଠି ରାସ୍ତାଘାଟରେ ପାଇପ୍ ଫାଟିଛି। ଲୋକଙ୍କ ଘରକୁ ସଂଯୋଗ ଦିଆଯାଇଥିଲେ ବି ସେମାନେ ପାଣି ଦେଖିନାହାନ୍ତି। ରୁଷୁଡ଼ା ସରପଞ୍ଚ ସୁରେନ୍ଦ୍ର କର୍ମୀଙ୍କ କହିବା କଥା ହେଲା, ଘିଚାପାଲି (ବାଇଗଣିଟିକ୍ରା) ଗାଁରେ ପାଇପ୍ ବିଛାଯାଇଥିଲେ ମଧ୍ୟ ପାଣି ଆସୁନାହିଁ। ବକଟି ପଞ୍ଚାୟତର କୁଶନପୁରୀ ଗାଁରେ ଅଧା ପାଇପ୍ ବିଛାଯାଇଛି। ଡାଲବ ପଞ୍ଚାୟତର ବିଭିନ୍ନ ଗାଁକୁ ମଧ୍ୟ ପାଣି ଯୋଗାଣ ହେଉନି। ଦେଶଭଟଲି ସରପଞ୍ଚ ତୋଷବନ୍ତ ସାହୁ କହିଛନ୍ତି, ପାଣି ଠିକ୍ରେ ଯୋଗାଣ ହୋଇନି। କାମ ମଧ୍ୟ ଅଧନ୍ତରିଆ ହୋଇଛି। ସେହିପରି ଅର୍ଜୁଣ୍ଡା ସରପଞ୍ଚ ଖଏରୀ ଦୀପ କହିଛନ୍ତି, ବିଭିନ୍ନ ଗାଁକୁ ପାଇପ୍ ବିଛା ସରିଥିଲେ ବି ପାଣି ଯୋଗାଣ ହେଉନି। ମୋଟାମୋଟି ବ୍ଲକ୍ର ୨୧ଟି ପଞ୍ଚାୟତରୁ ଗୋଟିଏ ପଞ୍ଚାୟତର ସବୁ ଗାଁକୁ ମଧ୍ୟ ପାଣି ଠିକ୍ରେ ଯୋଗାଣ ହେଉନି। ଅନ୍ୟପଟେ ଉକ୍ତ ପ୍ରକଳ୍ପ ବରପାଲି ବ୍ଲକ୍ର ୨୨ଟି ପଞ୍ଚାୟତକୁ ପାଣି ଯୋଗାଣ କରିବାକୁ ଲକ୍ଷ୍ୟ ରହିଛି। ଯାହାର କାମ ମାତ୍ର ୩୦% ହୋଇଛି। କିନ୍ତୁ ଠିକାସଂସ୍ଥା ୮୦% ଟଙ୍କା ନେଇଗଲାଣି।
Shuttle: ଅଲ୍ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍: କ୍ବାର୍ଟରରେ ଲକ୍ଷ୍ୟ ସେନ୍
ସୂଚନାଯୋଗ୍ୟ, ଆଉ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ଗୋଟିଏ ୪୪୫ କୋଟି ବ୍ୟୟ ଅଟକଳରେ ସମ୍ବଲପୁରର ସିକିର୍ଡିରେ ହେଉଥିବା ବେଳେ ଏହା ଅତାବିରା, ବରଗଡ଼, ବିଜେପୁରକୁ ପାଣି ଯୋଗାଣ କରିବ। ସେହି କାମ ଏଲ୍ଆଣ୍ଡଟି କମ୍ପାନି କରୁଛି। କାମ ୮୦ ପ୍ରତିଶତ ସରିଥିବା ବିଭାଗ କହୁଥିଲେ ମଧ୍ୟ ଗୋଟିଏ ଗାଁକୁ ପାଣି ଯୋଗାଣ ଏଯାଏଁ ହୋଇନି। ସେହିପରି ଅମ୍ବାଭୋନା, ଭଟଲି, ସୋହେଲା ବ୍ଲକ୍ ପାଇଁ ଆଉ ଏକ ପ୍ରକଳ୍ପ କାମ ପଥରାସେନୀରେ ୪୨୫ କୋଟି ବ୍ୟୟ ଅଟକଳରେ ଚାଲୁଛି। ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ କାମ ୨୦୨୨ ସୁଦ୍ଧା ସରିବା କଥା। ମାତ୍ର ୪୦ ପ୍ରତିଶତ ସରିଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ମେହେରଙ୍କୁ ପଚରାଯିବାରୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସମସ୍ତ କାମ ସାରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଥିବା ପାନୀୟଜଳ ପ୍ରକଳ୍ପରୁ ଲୋକମାନେ ପାଣି ପାଉଛନ୍ତି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/06/dagdgazcvcv-2026-03-06-01-30-07.jpg)