ଖବର ପ୍ରକାଶ ପରେ ମରାମତି ହେଲା ପାନୀୟ ଜଳପ୍ରକଳ୍ପ; ଡିଏଭିବାସୀ ପାଇଲେ ପାଣି

ଖବର ପ୍ରକାଶ ପରେ ମରାମତି ହେଲା ପାନୀୟ ଜଳପ୍ରକଳ୍ପ; ଡିଏଭିବାସୀ ପାଇଲେ ପାଣି

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୭ନଂ ୱାର୍ଡରେ ପାଇପଲାଇନ ମରାମତି ‌ହୋଇଛି। ବାସିନ୍ଦାଙ୍କୁ ପାନୀୟ ଜଳ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ବସ୍ଥି ମିଳିଛି। ଏହି ଅଞ୍ଚଳକୁ ପାଇପ ଯୋଗେ ଜଳଯୋଗାଣ ସ୍ୱାଭାବିକ ହୋଇଥିବା ଯୋଗୁଁ ଡିଏଭିବାସୀ ଖୁସି ବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗେଇ ଦେବା ନିମନ୍ତେ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ଇଣ୍ଟେକ ୱେଲ, ବୋର ୱେଲ, ପାଇପ ଲାଇନ ବିଛେଇବା, ଓଭର ହେଡ ଟ୍ୟାଙ୍କ ଭଳି ବହୁ କାର୍ଯ୍ୟ କରି ଲୋକଙ୍କ ପାଇଁ ଘରେ ଘରେ ପିଇବା ପାଣି ଯୋଗେଇବା ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରୁ ସାଧାରଣ ଲୋକ ସୁଫଳ ପାଇ ପାରୁନଥିବା ଦେଖିବାକୁ ମିଳିଛି

ସୂଚନାଯୋଗ୍ୟ, ୧୭ତାରିଖ ଦିନ ଦୈନିକ ‘ସମ୍ବାଦ’ରେ ‘ବସୁଧା ଯୋଜନା ଫେଲ, ୧୫ଦିନ ହେଲା ପାଣି ପାଇଁ ଡହଳ ବିକଳ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। କଳିଙ୍ଗା ଗ୍ରାମ ପଞ୍ଚାୟତ ର ୭ନଂ ୱାର୍ଡରେ ବସୁଧା ଯୋଜନା ଫେଲ୍‌ ମାରିଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶୁଦ୍ଧ ପିଇବା ପାଣି ନିମନ୍ତେ ବସୁଧା ଯୋଜନାର ବ୍ୟବସ୍ଥା କରିଛନ୍ତି ଗାଁ ଗାଁ ରେ ପାଇପ ଯୋଗେ ପାଣି ଯୋଗେଇବା ନିମନ୍ତେ ପାଇପ ବିଛା ହୋଇଥିଲେ ମଧ୍ୟ ୧୫ଦିନ ହେଲା ପାଇପ ଯୋଗେ ପାଣି ଯୋଗାଣ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe