ଟ୍ରକକୁ ପଛରୁ ପିଟିଲା ଟ୍ରକ୍: ଜିଅନ୍ତା ଜଳିଗଲେ

ଟ୍ରକକୁ ପଛରୁ ପିଟିଲା ଟ୍ରକ୍: ଜିଅନ୍ତା ଜଳିଗଲେ

ନୂଆପଡ଼ା:ଟ୍ରକକୁ ପଛରୁ ପିଟିଲା ଟ୍ରକ୍। ଧକ୍କା ହେବାପରେ ଜଳିଗଲା ପଛରେ ଥିବା ଟ୍ରକ୍। ଜିଅନ୍ତା ଜଳିଗଲେ ଡ୍ରାଇଭର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା ଟ୍ରକଟି ଭରସାମ୍ୟ ହରାଇ ଆଗ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା ଯାଇଥିବା ବେଳେ ଷ୍ଟିଅରିଙ୍ଗ ଓ ସିଟରେ ଚାପି ହୋଇଥିବାରୁ ବାହାର କରାଯାଇ ପାରି ନଥିଲା।

publive-image

ଘଟଣାସ୍ଥଳରେ ସିନାପାଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିଲେ ମଧ୍ୟ ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରି ପାରିନଥିଲେ। ଉଭୟ ଟ୍ରକ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe