ଚଳନ୍ତା ଟ୍ରାକ୍ଟରରୁ ଖସି ଡ୍ରାଇଭର ମୃତ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବଡ଼ସାହି: ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ସ୍ଥାନୀୟ ଡାହିସାହି ଗ୍ରାମର ମଙ୍ଗଲ ସୋରେନ(୪୪) ଟ୍ରାକ୍ଟର ଚଳାଉଥିବା ବେଳେ ଖସି ପଡିଥିଲେ ଏବଂ ତା ଉପରେ ଟ୍ରାକ୍ଟର ଟି ମାଡ଼ିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ପତରାପଦା ଗ୍ରାମରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ସେଠାରେ କାମ କରିବା ପାଇଁ କିଛି ଟ୍ରାକ୍ଟର ଲାଗିଛି। ଅନ୍ୟ ସ୍ଥାନରୁ ମାଟି ପୋଲକୁ ଅଣାଯାଉଛି। ମାଟି ଆଣିବା ସମୟରେ ଟ୍ରାକ୍ଟରରୁ ଟ୍ରଲି ଅଲଗା ହୋଇଯାଇଥିଲା। ଫଳରେ ଟ୍ରାକ୍ଟରଟି ଉପରକୁ ଉଠିଯିବାରୁ ଡ୍ରାଇଭର ମଙ୍ଗଲ ସୋରେନ ଖସି ପଡିଥିଲେ । ଟ୍ରାକ୍ଟର ତାଙ୍କ ଉପରେ ମାଡି ଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବଡ଼ସାହି ପୁଲିସ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମଙ୍ଗଲକୁ ବଡ଼ସାହି ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ଏଠାରେ ମଙ୍ଗଲକୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe