ନୟାଗଡ଼ : ଇଟାମାଟି ଥାନା ଅନ୍ତର୍ଗତ କରଡ଼ାବଣି ନିକଟରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ଚିପ୍ସ ବୋଝେଇ ହାଇଓ୍ଵା ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଚାଳକ ପ୍ରଶାନ୍ତ ସେଠୀ(୩୦)ଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଇଟାମାଟି ଥାନା ଆଇଆଇସି ସରୋଜ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପ୍ରଶାନ୍ତଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ପ୍ରଶାନ୍ତ ସ୍ଥାନୀୟ ବୋଦାପଡ଼ାର ବାସିନ୍ଦା ବୋଲି ଜଣାପଡ଼ିଛି।
ହାଇଓ୍ଵା ଓଲଟି ଚାଳକ ମୃତ
Advertisment
Follow Us