Advertisment

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍: ଚାଲିଗଲା ଚାଳକର ଜୀବନ, ହେଲପର ଆହତ

Advertisment
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍: ଚାଲିଗଲା ଚାଳକର ଜୀବନ, ହେଲପର ଆହତ

ସୋର: ଜାତୀୟ ରାଜପଥ-୧୬ରେ ଅମୃତଭଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଖବର ମିଳିଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଆନ୍ଦ୍ର ପ୍ରଦେଶରୁ ପାଟନା ଅଭିମୁଖେ ଯାଉଥିବା ବେଳେ ମାର୍କୋଣାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାଫଳରେ ଟ୍ରକରେ ଥିବା ଡ୍ରାଇଭର ଶ୍ରୀନିବାସ ରାଓ ଟ୍ରକ ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଥିବା ଜଣାପଡ଼ିଛି।

ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe