ଖଣିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା: ୧୦.୫ ଲକ୍ଷ ସହାୟତା ରାଶି ପ୍ରଦାନ ନିଷ୍ପତ୍ତି

ଖଣିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା: ୧୦.୫ ଲକ୍ଷ ସହାୟତା ରାଶି ପ୍ରଦାନ ନିଷ୍ପତ୍ତି

କାଳିଆପାଣି : କାଳିଆପାଣି ଥାନା ଟାଟାଷ୍ଟିଲ୍ ମାଇନିଂ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଗତକାଲି ଡ୍ରାଇଭର ବାସୁଦେବ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖଣିର ନିରାପତ୍ତା ଅଧିକାରୀ ସ୍ନେହାଶିଷ ସାହୁଙ୍କ ଏତଲା ଆଧାରରେ ଥାନାରେ ଆଇପିସି ଦଫା ୨୭୯ ଓ ୩୦୪(କ) ଧାରାରେ ଏକ ମାମଲା-୪୭/୨୩ ରୁଜୁ ହୋଇଛି। ଖଣି ସୁରକ୍ଷା ମହାନିର୍ଦେଶାଳୟ ପକ୍ଷରୁ ଭୁବନେଶ୍ବର ଜୋନ ଖଣି ସୁରକ୍ଷା ନିର୍ଦେଶକ(ଡିଏମ୍ଏସ୍) କ୍ରିଷ୍ଣେନ୍ଦୁ ମଣ୍ଡଳଙ୍କ ନିର୍ଦେଶରେ ଡିଡିଏମ୍ଏସ୍ ଟି ହରିପ୍ରସାଦ ଆଜି ଖଣିରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି।

ଟାଟାଷ୍ଟିଲ୍ ପକ୍ଷରୁ ଉପସଭାପତି(ସୁରକ୍ଷା) ରାଜୀବ ମଙ୍ଗଳ ଓ ମୁଖ୍ଯ ସୁରକ୍ଷା ଅଧିକାରୀ ନିରଜ କୁମାର ଆଜି ହେଲିକପ୍ଟର ଯୋଗେ ଖଣିରେ ପହଞ୍ଚି ବ୍ଯାପକ ତନାଘନା କରିଛନ୍ତି। ଖଣିର ସହକାରୀ ମହାପ୍ରବନ୍ଧକ ଇଂ ଶମ୍ଭୁନାଥ ଝା ଓ ଖଣି ସୁରକ୍ଷାରେ ଜଡ଼ିତ ସବୁବର୍ଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଖଣି ସୁରକ୍ଷା ସମୀକ୍ଷା ସହ ଘଟଣାର ବାସ୍ତବ ଅନୁଧ୍ୟାନ କରିଛନ୍ତି।

ଓଡ଼ିଶା ଡ୍ରାଇଭର ମହାସଂଘ ଓ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ କ୍ଷତିପୂରଣ ଦାବି ସଂକ୍ରାନ୍ତରେ ଥାନାରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା। କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ୍ ଟପ୍ପୋଙ୍କ ଅଧ୍ୟକ୍ଷତାରେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ସୁକିନ୍ଦା ଥାନା ଅଧିକାରୀ କାବୁଲି ବାରିକ, ଟମକା ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର, ଟାଟାଷ୍ଟିଲ୍ ପକ୍ଷରୁ ଯୋଗାଣ ଶୃଙ୍ଖଳ ମୁଖ୍ୟ ଅନଙ୍ଗ କୁମାର ମାହାନା, ସହକାରୀ ଖଣ୍ଡୀୟ ପ୍ରବନ୍ଧକ(ପ୍ରଶାସନ) ସଞ୍ଜୀବ କୁମାର ସାହୁ, ଡ୍ରାଇଭର ସଂଘ ପ୍ରତିନିଧି ସନ୍ତୋଷ କୁମାର ପଟ୍ଟନାୟକ ଓ ଶମ୍ଭୁନାଥ ମହାନ୍ତ ଉପସ୍ଥିତ ଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe