ରକ୍ତଦାନ କରି ଜୀବନ ବଞ୍ଚାଇଲେ ଡ୍ରାଇଭର

ରକ୍ତହୀନତାର ଶିକାର ହେଉଥିବା ଜଣେ ମହିଳାଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ବୈପାରିଗୁଡା ବ୍ଲକ ଶାଖାର ଡ୍ରାଇଭର। ଏଭଳି ମହତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି...

Driver saves life by donating blood

Driver saves life by donating blood

ବୈପାରିଗୁଡା: ରକ୍ତହୀନତାର ଶିକାର ହେଉଥିବା ଜଣେ ମହିଳାଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ବୈପାରିଗୁଡା ବ୍ଲକ ଶାଖାର ଡ୍ରାଇଭର ବଳରାମ ବାରିକ। ଏଭଳି ମହତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ହରଡାଗୁଡା ଗ୍ରାମର ପବିତ୍ର ମିନରବାଲିଆଙ୍କ ପତ୍ନୀ ଗଉରା ମିନରବାଲିଆ ରକ୍ତହୀନତାର ଶିକାର ହୋଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

ସ୍ବାସ୍ଥ୍ୟ ପରୀକ୍ଷା ପରେ ଗଉରାଙ୍କ ଶରୀରରେ ହିମୋଗ୍ଲୋବିନ କମ୍ ଥିବା ଜଣାପଡିଥିଲା। ତେଣୁ ତୁରନ୍ତ ରକ୍ତ ଯୋଗାଡ଼ କରିବା ପାଇଁ ଡାକ୍ତର ସ୍ବାମୀ ପବିତ୍ର ମିନରବାଲିଆଙ୍କୁ କହିଥିଲେ। ଏହି ଖବର ଓଡ଼ିଶା ଡ୍ରାଇଭର ମହାସଂଘ ବୈପାରିଗୁଡା ଶାଖାର ସଭାପତି ମାଧବ ବିଷୋୟୀ ଜାଣିବା ପରେ ସଂଘର ସଦସ୍ୟ ବଳରାମ ବାରିକଙ୍କ ସହ ଜୟପୁର ପହଞ୍ଚିଥିଲେ। ଗଉରା ମିନରବାଲିଆ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ବଳରାମ ବାରିକ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଥିଲେ।

ଓଡ଼ିଶା ଡ୍ରାଇଭର ମହାସଂଘ ବୈପାରିଗୁଡା ଶାଖା ରକ୍ତଦାନ ଶିବିର ଆୟୋଜନ କରିବା ସହ ଜରୁରୀ ସମୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଆବଶ୍ୟକ ବୋଲି କହିବା ସହ ଯେତେବେଳେ ଯେଉଁ ସମୟରେ ରକ୍ତ ଆବଶ୍ୟକ ପଡ଼ିଲେ ବୈପାରିଗୁଡା ଡ୍ରାଇଭର ମହାସଂଘ ସହ ଯୋଗାଯୋଗ କରିବାକୁ ସଭାପତି ମାଧବ ବିଷୋୟୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe