Driver's Association cooperated: Bhakta Charan Das Photograph: (sambad.in)
ଭୁବନେଶ୍ବର: ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀରେ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଡ୍ରାଇଭର ମହାସଂଘର ସହଯୋଗ ଯୋଗୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ସଫଳ ହୋଇଛି।
ବିଜେପି ସରକାର ଚାହୁଁଥିଲେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ବିଫଳ ହେଉ।
ଡ୍ରାଇଭର ଆନ୍ଦୋଳନକୁ କଂଗ୍ରେସ ସବୁ ଜାଗାରେ ସମର୍ଥନ କରିବ। ୧୦ ଲକ୍ଷ ଡ୍ରାଇଭରଙ୍କ ପାଇଁ ନୀତି ନିୟମ କିଛି ନାହିଁ। ରାହୁଲ ଗାନ୍ଧୀ ତାଙ୍କ ପାଇଁ ସ୍ୱର ଉଠାଇଛନ୍ତି। ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ରାଜନୈତିକ ରଙ୍ଗ ଦିଆଯାଉଛି ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି।
Bhakta Charan Das | congress
Follow Us