ଟ୍ରକ ଭିତରେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

କାଳିଆପାଣି: ସୁକିନ୍ଦା ବ୍ଲକ୍‌ ପିଙ୍ଗଲ ଗାଁର ଟ୍ରକ୍‌ ଡ୍ରାଇଭର ବାପିନ ବାରିକ(୨୪) କ୍ରୋମାଇଟ୍‌ ଲୋଡ୍‌ ପାଇଁ କାଳିଆପାଣି ଆସିଥିଲେ। ଆଜି ସକାଳେ ଟ୍ରକ୍‌ ନମ୍ବର ଓଡି-୦୪ପି-୧୫୮୫ ମଧ୍ୟରେ ତାଙ୍କ ମୃତଦେହ ଠାବ କରାଯାଇଛି। ଥାନା ଛକ ପାଖ ଟାଟାଷ୍ଟିଲ ମାଇନିଂ ସୁକିନ୍ଦା କ୍ରୋମାଇଟ୍‌ ଖଣିର ଧାଡ଼ିରେ ଟ୍ରକ୍‌ ରଖି ସେଇଠି ଶୋଇଥିଲେ। ଆଜି ସକାଳେ ସେ ନଉଠିବାରୁ ସାଥୀ ଡ୍ରାଇଭର ଓ ସ୍ଥାନୀୟ ଲୋକେ ତାଙ୍କୁ ଟ୍ରକ୍‌ କ୍ୟାବିନ ଭିତରେ ସଂଜ୍ଞାହୀନ ଅବସ୍ଥାରେ ଦେଖିଥିଲେ।

ପୁଲିସ ସହାୟତାରେ କୋଇପଶି ଟ୍ରକ୍‌ ମାଲିକ ସଂଘ ଆମ୍ବୁଲାନ୍ସରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପା ନୀଳମଣି ବାରିକଙ୍କୁ ଖବର ଦିଆଯାଇଥିଲା। କାଳିଆପାଣି ପୁଲିସକୁ ଯୋଗାଯୋଗ କରି କଳିଙ୍ଗନଗର ପୁଲିସ ଏକ ଅପମୃତ୍ୟୁ ମାମଲା ୨୬/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୂର୍ବରୁ ହୃଦରୋଗ ଥିବାରୁ ବାପିନ କିଛିଦିନ କଟକରେ ଚିକିତ୍ସିତ ହେଉଥିଲେ। ସାମାନ୍ୟ ସୁସ୍ଥ ହେବା ପ‌ରେ ଗତକାଲି ଟ୍ରକ୍‌ ଧରି କାଳିଆପାଣି ଆସିଥିଲେ। ସୂଚନା ‌ଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ସ୍ଥାନୀୟ ରାଁସୋଳ ଗାଁର ଶ୍ବଶୁର ଘରେ ରହୁଥିବା ଭୁବନ ଥାନା ଗରୁଡ଼ବନ୍ଦୀ ଗାଁର ବିଜୟ ବରାଳ(୪୫)ଙ୍କୁ ତାଙ୍କ କ୍ରୋମ୍‌ ବୋଝେଇ ଟ୍ରକ୍‌(ଓଆର୍-୦୯ଇ-୯୭୨୬) ଡାଲାରୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe