ଡ୍ରାଇଭରଙ୍କ ଧର୍ମଘଟ: ରାଜ୍ୟରେ ପେଟ୍ରୋଲ ସଙ୍କଟ

ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟର ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହା ଯୋଗୁ ଭୁବନେଶ୍ବରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ଗୁରୁତର ଭାବରେ ପ୍ରଭାବିତ ହୋଇଛି...

Drivers' strike: Petrol crisis in the state

Drivers' strike: Petrol crisis in the state Photograph: (sambad.in)

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟର ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଏହା ଯୋଗୁ ଭୁବନେଶ୍ବରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ଗୁରୁତର ଭାବରେ ପ୍ରଭାବିତ ହୋଇଛି। କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ ଏବଂ କେବଳ କିଛି ସରକାରୀ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି। ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ଥରିଲା ଦିଲ୍ଲୀ, ରାଜଧାନୀକୁ ଲାଗିଲା ଭୂକମ୍ପର ଝଟକା

ଧର୍ମଘଟ ଯୋଗୁ ପେଟ୍ରୋଲ ସଙ୍କଟ ମଧ୍ୟ ଦେଖାଦେଇଛି, ଭୁବନେଶ୍ୱର,କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି। କିଛି ପେଟ୍ରୋଲ ପମ୍ପରେ ତେଲ ସରିବାରେ ଲାଗିଛି। ଯଦି ପେଟ୍ରୋଲ ପମ୍ପରେ ଟ୍ୟାଙ୍କରଗୁଡ଼ିକ ଶୀଘ୍ର ନ ପହଞ୍ଚେ ତେବେ ଗୁରୁତର ଅଭାବ ଦେଖାଦେବାର ଆଶଙ୍କା ରହିଛି।

ଡ୍ରାଇଭର ସଂଘ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ, ମହାସଂଘ ନିଜର ଦାବିରେ ଅଟଳ ରହିଛି। ମହାସଂଘ ସରକାରଙ୍କଠାରୁ ଏକ ଲିଖିତ ପ୍ରତିଶ୍ରୁତି ଚାହୁଁଛି।

ଅଧିକ ପଢ଼ନ୍ତୁ: ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ ବେଦନାରେ ଛଟପଟ ହେଲେ ପ୍ରସୂତୀ: ଅଢେଇ ଘଣ୍ଟା ପରେ ଆସିଲା ଆମ୍ବୁଲାନ୍ସ

Drivers’ Association’s strike

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe